Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ୍ତରଙ୍କ ବଦଳି ହେଲା ପରେ ବି ଜମନକିରା ର ମୋହ ତୁଟୁନି, ଷ୍ଟାଫ ଙ୍କ ପାଇଁ କ୍ୱାର୍ଟର ଅଭାବ ସତ୍ତ୍ୱେ କ୍ୱାଟର ଖାଲି କରାଯାଉନି; ବେଆଇନ ଭାବେ ଚାଲିଛି ପ୍ରାଇଭେଟ୍ ପ୍ରାକ୍ଟିସ

ଜମନକିରା : ଜମନକିରା ବ୍ଲକ ସଦର ମହକୁମାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରୁ ଆୟୁଷ ଡାକ୍ତରଙ୍କ ଗତ ୧୬ ତାରିଖରୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ସ୍ବାସ୍ଥ୍ୟ କେନ୍ଦ୍ର କୁ ବଦଳି ହୋଇଥିଲା। ସେଠାରେ ସେ ଯୋଗଦାନ କଲାପରେ ମଧ୍ୟ ଜମନକିରା ରେ ଥିବା କ୍ୱାର୍ଟର ଛାଡ଼ି ନାହାନ୍ତି ଏବଂ ସେଠାରେ ଅନୁପସ୍ଥିତ ରହି ଜମନକିରାରେ ବେଆଇନ ଭାବେ ପ୍ରାଇଭେଟ୍ ପ୍ରାକ୍ଟିସ ଜାରି ରଖିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏହାର ତଦନ୍ତ କରି ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି।
ସୂଚନା ଯୋଗ୍ୟ ଯେ, ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ପ୍ରାୟ ୧୦ ବର୍ଷରୁ ଉର୍ଦ୍ଧ ଅଧିକ ସମୟ ହେବ ଜୈନେକ ଆୟୁଷ ଡାକ୍ତର କାର୍ଯ୍ୟ କରି ଆସୁଥିଲେ। ଉକ୍ତ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଏଲୋପାଥି ଡାକ୍ତରଙ୍କ ଅବସର ପରେ ୪/୫ ବର୍ଷ ହେବ ଜଣେ ମେଡିକାଲ ଅଧିକାରୀ ଡ. ସିଦ୍ଧାର୍ଥ ବେହେରା ଯୋଗଦାନ କରି ରୋଗୀ ଚିକିତ୍ସା କରୁଥିଲେ। ତେବେ ଉଭୟ ମେଡିକାଲ ଅଫିସର ଏବଂ ଆୟୁଷ ଙ୍କ ମଧ୍ୟରେ ଡାକ୍ତରଖାନାର ଆଭ୍ୟନ୍ତରୀଣ ବ୍ୟବସ୍ଥା କୁ ନେଇ ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେବ ତିକ୍ତତା ରହି ଆସୁଥିଲା। ଯାହାକି ଗଣମାଧ୍ୟମରେ ବେଶ ଚର୍ଚ୍ଚା ଧରିଥିଲା। ଏହାକୁ ନେଇ ଅଞ୍ଚଳବାସୀ ବିଭାଗ ପାଖରେ ଅନେକ ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଚଳିତ ମାସ ୧୬ ତାରିଖ ଦିନ ଆୟୁଷ ଡାକ୍ତର ଙ୍କୁ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ବାଟଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ବଦଳି କରାଯାଇଥିବା ବେଳେ ଏଲୋପାଥି ଡାକ୍ତର ଙ୍କୁ ଜିଲ୍ଲା ହେଡ଼ କ୍ୱାର୍ଟର ଡାକ୍ତରଖାନା କୁ ଡେପୁଟେସନ କରାଯାଇଥିଲା।ଏଲୋପାଥି ଡାକ୍ତର ସିଦ୍ଧାର୍ଥ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୋଗଦାନ କରି ନିଜର କର୍ତ୍ତବ୍ୟ ସମ୍ପାଦନା କରୁଥିବା ବେଳେ ଆୟୁଷ ଡାକ୍ତର ନିଜ କର୍ମ କ୍ଷେତ୍ର ବାଟଗାଁ ରେ ଯୋଗଦାନ କରି କାମ ଶେଷ କରିଦେଲେ। କିନ୍ତୁ ସେଠାରେ ରୋଗୀ ସେବା ନକରି ଜମନକିରା ଦସଘରିଆ ପଡ଼ାରେ ଦୁଇ ମହଲା ବିଶିଷ୍ଟ ନିଜେ ନିର୍ମାଣ କରିଥିବା ଏକ କ୍ଲିନିକ ରେ ନର୍ସ ରଖି ବେଆଇନ ଭାବେ ପ୍ରାଇଭେଟ୍ ପ୍ରାକ୍ଟିସ କରିବା ସହ ବେନିୟମ ଭାବେ
ଏଲୋପାଥି ମେଡ଼ିସିନ୍ ରେ ଚିକିତ୍ସା କରୁଥିବା ଜଣାଯାଇଛି। ଖାଲି ଏତିକି ନୁହେଁ ଜମନକିରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଥିବା ଏକ ପ୍ରାଇଭେଟ୍ ଜାଗାରେ ମଧ୍ୟ ହୋମିଓପାଥି ଦୋକାନ କରି ଔଷଧ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଥିରେ ମଧ୍ୟ ତାଙ୍କ କାମ ଶେଷ ହେଉନି ଆହୁରି ମଧ୍ୟ ସେ ଏକ ପ୍ରାଇଭେଟ୍ ସ୍ଥାନରେ ବସି ବେଆଇନ ଭାବେ ରୋଗୀ ଚିକିତ୍ସା ଏଲୋପାଥି ଔଷଧ ପ୍ରେସ୍କ୍ରାଇବ କରୁଥିବା ଲୋକେ ପ୍ରକାଶ କରିଛନ୍ତି। ବଦଳି ହେବାର ଆଜକୁ ୧୨ ଦିନ ବିତି ଯାଇଥିଲେ ସୁଦ୍ଧା ସେ କ୍ୱାର୍ଟର ଛାଡିବାର ନାଁ ଧରୁ ନାହାନ୍ତି। ଜମନକିରା ରୁ ଯାଇ ନିଜ କର୍ମ କ୍ଷେତ୍ରରେ ରୋଗୀ ସେବା ଯୋଗାଇବା ପ୍ରତିବଦଳରେ ଜମନକିରା ରହି ରୋଗୀ ଚିକିତ୍ସା କରି ଅର୍ଥ କମେଇବାର ମୋହ ଛାଡୁନି। ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଅନ୍ୟ କର୍ମଚାରୀଙ୍କ ପାଇଁ କ୍ୱାର୍ଟର ଅଭାବ ରହିଥିବା ବେଳେ କର୍ମଚାରୀ ମାନେ କ୍ୱାର୍ଟର ନପାଇ ବାହାର ଜାଗାରେ ଭଡ଼ାରେ ରହିବାକୁ ବାଧ୍ୟ ହେଉଛନ୍ତି। ଖର୍ଚ୍ଚାନ୍ତ ମଧ୍ୟ ଅଧିକ ହେଉଥିବା ବେଳେ ଡାକ୍ତରଙ୍କ କ୍ୱାର୍ଟର ଛାଡ଼ିବା କୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟ ନିଘା ପଡୁନି। ଗତକାଲି ବାଟଗାଁରେ ସାପ୍ତାହିକ ବଜାର ଥିବା ବେଳେ ଅନେକ ରୋଗୀ ସାପ୍ତାହିକ ସଉଦା କିଣିବା ସହ ଚିକିତ୍ସା ପାଇଁ ମଧ୍ୟ ଆଶା କରି ଆସିଥାନ୍ତି। ତେବେ ଡାକ୍ତର ହୋଇ ନିଜ କର୍ମ ସ୍ଥାନରେ ନରହି ଅନ୍ୟ ଠାରେ ଚିକିତ୍ସା କରିବା ପ୍ରକୃତ ରୋଗୀଙ୍କ ଚିକିତ୍ସାରେ ଅବହେଳା କରିବା ଡାକ୍ତରଙ୍କ କର୍ତ୍ତବ୍ୟ ବିରୋଧୀ କାର୍ଯ୍ୟ ନୁହେଁ କି? ଏଥିପାଇଁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ମଧ୍ୟ ସମ ପରିମାଣ ଦାୟୀ ଅଟନ୍ତି। ଆଗାମୀ ଦିନରେ ଯେପରି ଏଥିରେ ଖିଲାପ ନହୁଏ ଏବଂ ଉତ୍ତମ ରୋଗୀ ସେବା ଯେପରି ରୋଗୀଙ୍କୁ ମିଲେ ସେଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
ଏସଂକ୍ରାନ୍ତରେ ଡ. ଦିବ୍ୟରଞ୍ଜନ ବେହେରାଙ୍କୁ ଆମର ଜଣେ ଗଣମାଧ୍ୟମର ପ୍ରତିନିଧି ଯୋଗାଯୋଗ କରି ପଚାରିବାରୁ ଡ. ବେହେରା ମୁଁ ବାଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଯୋଗଦାନ କଲିଣି ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ