Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାଚିକା ଓ ସହାୟିକାଙ୍କ ନୂଆଖାଇ ପାଳନ ମଉଳି ଗଲା; ଦରମା ନପାଇ ସମସ୍ତେ ନିରାଶ

ଜମନକିରା : ଜମନକିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ଅଧୀନରେ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ପାଇଁ ପ୍ରାୟ ୨୨୦ ଜଣ ପାଚିକା ଓ ସହାୟିକା ଗଣ କାମ କରନ୍ତି। ସେମାନଙ୍କର ଅନୁପସ୍ଥିତି ବିବୃତି ରାଜ୍ୟ ଶିକ୍ଷା ବିଭାଗକୁ ପଠେଇଲେ ପର ମାସରେ ସେମାନଙ୍କ ଦରମା ମିଳିଥାଏ। ତେବେ ଦୁଃଖର ବିଷୟ ଗତ ଜୁନ ମାସ ସ୍କୁଲ ଖୋଲିବା ପରଠାରୁ ଦରମା ମିଲି ନାହିଁ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ଦରମା ଟଙ୍କା ପାଇ ନଥିବାରୁ ଆଜି ସେମାନଙ୍କର ନୂଆଖାଇ ପର୍ବ ଫିକା ପଡ଼ିଯାଇଛି। ବିଭାଗ ଅଧିକାରୀ ଏହା ଅନୁଭବ କରିବା କଥା ଯେ, ଏହି ପର୍ବରେ ପଶ୍ଚିମ ଓଡ଼ିଶାର ସମସ୍ତ ପରିବାର ଏକାଠି ହୋଇ ନବାର୍ଣ୍ଣ ଭକ୍ଷଣ କରିଥାନ୍ତି। ଏହି ପର୍ବରେ ନବ ଅର୍ଣ୍ଣ, ପିଠା ପଣା, ଖିରି ପୁଡ଼ି ଇତ୍ୟାଦି ଖାଇ ନୂଆ କପଡ଼ା, ନୂଆ ବସ୍ତ୍ର ଆଦି ପରିଧାନ କରି ମଜା ମଉଜ କରି ଦିନ ବିତି ଯାଇଥାଏ। ଏହି ପର୍ବ ପୂର୍ବରୁ ଘର ଦ୍ଵାର ସଫା ସୁତୁରା ପାଇଁ ଅର୍ଥ ର ଆବଶ୍ୟକତା ଅଧିକ ଥାଏ। ମାତ୍ର ପାଚିକା ସହାୟିକା ମାନେ ଦରମା ପାଇ ନଥିବାରୁ ନୂଆଖାଇ ପାଳନ ମଳିନ ପଡ଼ିଯାଇଛି।
ଏସଂକ୍ରାନ୍ତରେ ଜିଲ୍ଲା ମଧ୍ୟାହ୍ନ ଭୋଜନ ପ୍ରୋଗ୍ରାମର ସୁଶାନ୍ତ ବଞ୍ଛୁର ଙ୍କୁ ଯୋଗାଯୋଗ କରି ପଚାରିବାରୁ ସେ ଅନେକ ପୂର୍ବରୁ ରାଜ୍ୟକୁ ଆବସେଣ୍ଟି ଷ୍ଟେଟମେଣ୍ଟ ପଠେଇ କି ଗଣପର୍ବ ନୂଆଖାଇ ଆସୁଛି ଶୀଘ୍ର ଦରମା ଟଙ୍କା ପଠାନ୍ତୁ ବୋଲି ଜଣେଇବା ସତ୍ବେ ଏପର୍ଯ୍ୟନ୍ତ ଟଙ୍କା ନପଡ଼ିବାରୁ ଆମ୍ଭେମାନେ ବି ଦୁଃଖିତ ଅନୁଭବ କରୁ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ