ବଡରମା ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ
 
        ଜମନକିରା : ଜମନକିରା ବ୍ଲକ ବଡରମା ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ିବା ପାଇଁ ଆଜି ପ୍ରଶାସନ ପକ୍ଷରୁ ରାଜୀବ ଗାନ୍ଧୀ ସଭା ଗୃହରେ ଏକ ପ୍ରସ୍ତୁତି ବୈଠକ ସମସ୍ତ ବ୍ଲକ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସରପଞ୍ଚ ବିଜୟ କୁମାର ନାଏକ, ସମିତି ସଭ୍ୟ ଅଶୋକ କୁମାର ବାଘ, ତହସିଲଦାର ପ୍ରଭିଣା ବିଲୁଙ୍ଗ, ବ୍ଲକ କୃଷି ଅଧିକାରୀ କାଦମ୍ବିନୀ ଶତପଥୀ, ଫାଶିମାଲ ଡାକ୍ତରଖାନା ଅଧିକାରୀ ଡ. ହରିଶଚନ୍ଦ୍ର ବାଘ, ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦୀପିକା ଚାନ୍ଦ, ସିଡ଼ିପିଓ ମମତା ପଟେଲ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ଦେବକୀ ନାଏକ, ଯୋଗାଣ ଅଧିକାରୀ ବିଜୟ କୁଲୁ, ଏପିଓ ମନୋଜ ଭୋଇ, ଗୋଷ୍ଠୀ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଐଶର୍ଯ୍ୟ ନାୟକ, ମିଶନଶକ୍ତି ବିପିସି ପ୍ରଫୁଲ୍ଲ କିଣ୍ଡୋ ପ୍ରମୁଖ ଉପସ୍ଥିତ ଥିଲେ। ମୁଖ୍ୟତଃ ଏହି ବୈଠକରେ ପ୍ରତ୍ୟେକ ଗ୍ରାମର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଖେଳ, ମହିଳା ଓ ଯୁବକ ମାନେ କିପରି ଆତ୍ମ ନିର୍ଭର ହୋଇ ପାରିବେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ଆୟ ବୃଦ୍ଧି ସହିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ସମସ୍ତ କିପରି ଲୋକଙ୍କ ପାଖକୁ ପହଞ୍ଚି ପାରିବ ଓ ସମସ୍ତେ ଏହାର ଲାଭ ଉଠେଇ ପାରିବେ ସେ ନେଇ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉ କି ଗତ ନୂଆଁଖାଇ ଦିନ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ବଡରମା ପଞ୍ଚାୟତ କୁ ଆଦର୍ଶ ପଞ୍ଚାୟତ ରୂପେ ଗଢ଼ି ତୋଳିବା ପାଇଁ ଘୋଷଣା କରିଥିଲେ। ସେହି କ୍ରମରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

 
                        
 
                                 
                                 
                                 
                                 
                                