Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଣ ସଂଘ ପକ୍ଷରୁ ବଡମୁଣ୍ଡାଲୋଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ଉପଲକ୍ଷେ ରକ୍ତଦାନ ଶିବିର

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡସ୍ଥ ବଡମୁଣ୍ଡାଲୋଇ ଏସଏସଡି ଉଚ୍ଚ ବିଦ୍ୟାଳୟରେ ଆଜି ଶୁକ୍ରବାର ଦିନ ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷଣ ସଂଘ ପକ୍ଷରୁ ସମ୍ବଲପୁର ଜିଲ୍ଲା ସଭାପତି ବିରେନ୍ଦ୍ର କୁମାର ପଟେଲଙ୍କ ଅଧ୍ୟକ୍ଷତାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ମୋଟ ୪୨ ୟୁନିଟ୍ ରକ୍ତଦାନ ସଂଗ୍ରହ କରାଗଲା। ରକ୍ତଦାନ ଶିବିର କୁ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶିବିରକୁ ଉଦଘାଟନ କରିଥିଲେ। ମନ୍ତ୍ରୀ ଗୁରୁ ଦିବସ ଉପଲକ୍ଷେ ଏଭଳି ଏକ ଅଭିନବ ମହାନ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏଡିପିଓ ପ୍ରଦୀପ କୁମାର ଦାଶ ଯୋଗଦାନ କରି ରକ୍ତଦାନ ଏକ ମହତ ଦାନ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂଘର ଉପ -ସଭାପତି ପ୍ରମୋଦ ସାହୁ, ସତୀଶ ଛୁରିଆ, ସମ୍ପାଦକ ପଙ୍କଜ ବେହେରା, ସଂଯୋଜକ ଚକ୍ରଧର ମାଝୀ, ବାମରା ପ୍ରତିନିଧି ପ୍ରସନ୍ନ ରଣା, ଜମନକିରା ପ୍ରତିନିଧି ବିଷ୍ଣୁଚରଣ ଧାନ, କୁଚିଣ୍ଡା ପ୍ରତିନିଧି ହରି ନାଏକ, ସଂଘ ସମୀକ୍ଷକ ଦିଲ୍ଲୀପ ପଟେଲ, ଶୁକଦେବ ସାହୁ, ରାଜ୍ୟ ସଂଘ ବକ୍ତା ରାଜେନ୍ଦ୍ର ଜଗତ, ଭୋଜପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ନିକୁଞ୍ଜ ରଣା, ଦୁର୍ଯୋଧନ ବେହେରା, ଚୁନିଲାଲ ନାଏକ, ଶୁଭଶ୍ରୀ ସାହୁ, ରୋହିତ ସାହୁ, ଅଳକା ପଟେଲ, ସୁନୀଲ ସାହୁ, ରୀନାବତୀ ବର, ଶଲିମା ଚୌଧୁରୀ, ଦୂର୍ମିଲା ପଟେଲ, ସରିତ୍ ପଟେଲ, ଆଦିତ୍ୟ ପ୍ରଧାନ, ଶିବଶଙ୍କର ଦାସ, ଅନନ୍ତରାମ ରଣା, ଦେବେନ୍ ପ୍ରଧାନ, ହିମାଦ୍ରି କଂଶରାଲି, ସୁନିଲ ନାଗ, ରାଜକିଶୋର ପ୍ରସାଦ, ଦୁବରାଜ ପ୍ରଧାନ, ତୀର୍ଥରାଜ ନାଏକ, ଦୁର୍ଯୋଧନ ମାଝୀ, ଅସିତ ପଟେଲ ଏବଂ ସଭାପତି ବିରେନ୍ଦ୍ର ପଟେଲ ପ୍ରମୁଖ ଶିକ୍ଷକ ବୃନ୍ଦ ରକ୍ତଦାନ କରିଥିଲେ।
|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ