ବିଶ୍ୱ ଭାତୃତ୍ୱ ଦୀଵାତ୍ମା ପରିଷଦ ଅଚ୍ୟୁତ ଗୁପ୍ତବ୍ରହ୍ମ ସଙ୍ଘ ସ୍ବର୍ଣ୍ଣ କ୍ଷେତ୍ର ମାହାଙ୍ଗା କଟକ ପକ୍ଷରୁ ଶ୍ରୀ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ୭୧ ତମ ଜନ୍ମ ଉତ୍ସବ ପାଳନ


ଜମନକିରା : କ୍ଷିତିଜ୍ୟୋତି ଆଶ୍ରମ ଜମନକିରା ଶାଖା ଠାରେ ଶ୍ରୀ ଶ୍ରୀ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ୭୧ତମ ଜନ୍ମ ମହୋତ୍ସବ ପାଳିତ ହୋଇଯାଇଛି। ବିଶ୍ୱଭାତୃତ୍ୱ ଦୀଵାତ୍ମା ପରିଷଦ ଅଚ୍ୟୁତ ଗୁପ୍ତବ୍ରହ୍ମ ସଙ୍ଘ ସ୍ବର୍ଣ୍ଣ କ୍ଷେତ୍ର ମାହାଙ୍ଗା କଟକ ପକ୍ଷରୁ ଶ୍ରୀ ଶ୍ରୀ ଠାକୁର କେଶବ ଚନ୍ଦ୍ରଙ୍କ ୭୧ତମ ଜନ୍ମ ବାର୍ଷିକ ପାଳନ ସହିତ ଭାଗବତ ପରାୟଣ ସପ୍ତାହେ ପର୍ଯ୍ୟନ୍ତ ଚାଲିଲା। ପ୍ରତେକ ଦିନ ଠାକୁର ପୂଜା, ଭାଗବତ ପୂଜା, ସର୍ବ ଦେବଦେବୀ ପୂଜା କରିବା ସହିତ ଭାଗବତ ପଠନ ସହ ସନ୍ଧ୍ୟାରେ ସତସଙ୍ଗ ଏବଂ ଆନନ୍ଦ ବଜ଼ାର ଚାଲୁଛି, ଚଳିତ ବର୍ଷ କର୍ତ୍ତା ଭାବରେ ଛତୁ କଲେତ, ଲୀନା ପାତ୍ର ସହିତ ସମସ୍ତ ଗୁରୁ ଭାଇ ଭଉଣୀ ସହଯୋଗରେ ପ୍ରତେକ ଦିନ ସାନ୍ଧ୍ୟ ସମୟରେ ସତସଙ୍ଗ ଓ ଆନନ୍ଦ ବଜ଼ାର ଚାଲିଛି। କଳସ ଯାତ୍ରା ପ୍ରଥମ ଦିନ ହୋଇ ସ୍ଥାପନା କରାଯାଇଥିଲା। ଗୁରୁସ୍ୱାମୀ କୀର୍ତ୍ତନ ମଣ୍ଡଳୀ, ସମସ୍ତ ଗୁରୁଭାଇ ଓ ଭଉଣୀ, ପୂଜା କର୍ମ ଦୁତିଆ ଲୁହା ଓ ନବୀନ ପଧାନ, ମାଇକ ଓ ସାଉଣ୍ଡ ରାଜେଶ ଜୟପୁରିଆ ଓ ତରୁଣ ମହାନନ୍ଦ ପରିଷ୍କାର ପରିଚ୍ଛର୍ନତା କେତକୀ ଓ ବୃନ୍ଦାବତୀ ଲୁହା, ପୂଜା ପାଇଁ ଫୁଲ ଲଷ୍ମୀ ଜୟପୁରିଆ ଓ ପୁଷ୍ପା ଜୟପୁରିଆ, ଭାଗବତ ପଠନ ଲୀନା ପାତ୍ର, ଜ୍ୟୋତି ଜୟପୁରିଆ, ମଞ୍ଜୁ ଜୟପୁରିଆ, ଆରତୀ ଜୟପୁରିଆ, ଚୁମକି ଗାର୍ଡିଆ ଓ ରଶ୍ମିତା ଗାର୍ଡିଆ, ଆନନ୍ଦ ବଜ଼ାର ଜିତେନ୍ଦ୍ର ଗାର୍ଡିଆ ଓ ବଳରାମ ଜୟପୁରିଆ, ଆନନ୍ଦ ବଜ଼ାର ପରିବେଷଣ ଅଇଁଠୁ କଲେତ ଓ ମନୋଜ ଜୟପୁରିଆ ପୂଜକ ଓ କର୍ମକର୍ତ୍ତା ପାଇଁ ରୋଷେଇ ଲଷ୍ମୀ ଜୟପୁରିଆ ଓ ମଞ୍ଜୁ ଜୟପୁରିଆ, ଠାକୁରଙ୍କ ଜନ୍ମମହୋତ୍ସଵ ସୁଜାତା ଓ ଅଞ୍ଜନା, ଭଜନ ସମାହାର ଧିରେନ, କଞ୍ଜନ ଓ ରମେଶ ପ୍ରମୁଖ ପରିଚାଳନା କରିଥିଲେ।