Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆର୍ଟ ଅଫ ଗିଭିଂ କୁଚିଣ୍ଡା ଶାଖାର ବାର୍ଷିକୋତ୍ସବ

ଜମନକିରା : ବିଶିଷ୍ଟ ସମାଜସେବୀ, ଶିକ୍ଷାବିତ ତଥା ସାଂସଦ ଡ଼. ଅଚ୍ୟୁତ ସାମନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ଆର୍ଟ ଅଫ ଗିଭିଂ କୁଚିଣ୍ଡା ଶାଖାର ଆଜି ବୁଧବାର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି। କିସ୍ ଓ କିଟ୍ ଅନୁଷ୍ଠାନରେ ପଢ଼ୁଥିବା ଆଦିବାସୀ ଛାତ୍ରଛାତ୍ରୀଙ୍କ ଅଭିଭାବକ ସଂଘ କୁଚିଣ୍ଡା ଶାଖା ସଭାପତି କ୍ଷିରୋଦ କିସାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ କୁଚିଣ୍ଡା ପଞ୍ଚାୟତ ସମିତି ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶେଷଦେବ ନନ୍ଦ ଯୋଗ ଦେଇଥିବା ବେଳେ ସମ୍ପାଦକ ସ୍ୱପ୍ନେଶ୍ୱର୍ ପ୍ରଧାନ ସଂଯୋଜନା କରିଥିଲେ। ସମ୍ମାନୀୟ ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକ ଓ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରଭାତ ବେହେରା, ଯୁବ ସ୍ୱେଚ୍ଛାସେବି ଅମିତ ମିଶ୍ର ପ୍ରମୁଖ ଯୋଗ ଦେଇ କୁଚିଣ୍ଡା ଅଞ୍ଚଳର ଉତ୍ସର୍ଗୀକୃତ ସେବା ପାଇଁ ସଫେଇ କର୍ମଚାରୀ, ମେଡିକାଲ ଚତୁର୍ଥ ଶ୍ରେଣୀ କର୍ମଚାରି, ଅଙ୍ଗନ ବାଡି ଦିଦି, ଗାଡ଼ି ଚାଲକ ଓ ଆଶା କର୍ମୀ, ସମାଜ ସେବୀ ପ୍ରମୁଖଙ୍କୁ ସମ୍ମାନିତ କରିଥିଲେ।ଅତିଥି ଗଣ ତାଙ୍କ ଭାଷଣ ମାଧ୍ୟମରେ ସମାଜ ସେବୀଙ୍କ ସମାଜ ପ୍ରତି ଥିବା ଅବଦାନ ର ଭୂରୀୟସି ପ୍ରଶଂସା କରିଥିଲେ। ସମୂର୍ଣ୍ଣ କାର୍ଯ୍ୟକ୍ରମ କୁ ସାମ୍ବାଦିକ ତନୟ ମହାପାତ୍ର ପରିଚାଳନା କରିଥିବା ବେଳେ ସାମାଜିକ କର୍ମୀ ବିଜୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ