ବ୍ରାଉନ ସୁଗର ସହ ଯୁବକ ଗିରଫ।

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ ବ୍ରାଉନ ସୁଗର୍ ସହ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ସମ୍ବଲପୁର ମୋତିଝରନ୍ ଅଞ୍ଚଳର ଏମ ଡି ଜାବେଦ ଆଲମ୍ କିଛି ବ୍ରାଉନ ସୁଗର ରେଙ୍ଗାଲି ରେ ଅଧିକ ଦର ରେ ବିକ୍ରୀ କରିବା ପାଇଁ ଆସିଥିଲା। କୌଣସି ସୂତ୍ର ରୁ ରେଙ୍ଗାଲି ପୋଲିସ ଏମ ଡି ଜାବେଦ ଆଳମ୍ କୁ କାବୁ କରି ଗିରଫ କରିଥିଲା। ଅଭିଯୁକ୍ତ ପାଖରୁ 41.750 ଗ୍ରାମ ବ୍ରାଉନ ସୁଗର, ଏକ ଓପୋ ମୋବାଇଲ ଫୋନ, 450ଟଙ୍କା ପୋଲିସ ଜବତ କରିଛି। ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି।