ଗଞ୍ଜେଇ ସହ ଦୁଇ ଗିରଫ, ୪୨ କେଜି ଗଞ୍ଜେଇ ଜବତ

ରେଙ୍ଗାଲି :ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଠେଲକଲୋଇ ଥାନା ଅଂଚଳରେ ଦୁଇ ଜଣ ବ୍ୟକ୍ତି ବ୍ୟାଗରେ ଗଞ୍ଜେଇ ଧରି ବୁଲୁଥିବା ବେଳେ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ମଙ୍ଗଳବାର ଦିନ ଦୁଇ ଜଣ ଯୁବକ ଆକାଶ ଦିଗଲ (୧୯), ଓ ଅନାମ ଦିଗଲ (୨୦) ଦୁଇଟି ବ୍ୟାଗ ଧରି ସମ୍ବଲପୁର ରାଉରକେଲା ରାଜ୍ୟ ରାଜପଥ ୧୦ ରେ ଠେଲଲୋଇ ଅଞ୍ଚଳରେ ବୁଲୁଥିଲେ। ପୋଲିସ ବିଶ୍ୱସ୍ଥ ସୂତ୍ର ରୁ ଖବର ପାଇ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରି ବ୍ୟାଗ ଜବତ କରିଥିଲା। ଦୁଇଟି ବ୍ୟାଗ ରୁ ୨୧ କେଜି ଲେଖାଏଁ ଗଞ୍ଜେଇ ଜବତ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛି।