Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁବଶୀଘ୍ର ଆରମ୍ଭ ହେବ ବନ୍ଦେ ମେଟ୍ରୋ; ଅଶ୍ୱିନୀ ବୈଷ୍ଣବ

ପୁରୀ: ଆଜି ପ୍ରଥମ ଥର ପାଇଁ ଓଡିଶାରୁ ଗଡିଲା ବନ୍ଦେ ଭାରତ ଏକ୍ସପ୍ରେସ। ପୁରୀରୁ ହାୱଡା ଗଡିଲା ପ୍ରଥମ ବନ୍ଦେ ଭାରତ ଏକସପ୍ରେସ। ଭର୍ଚୁଆଲ ମାଧମରେ ପ୍ରଧାନମନ୍ତ୍ରୀ ମୋଦୀ ଏହାର ଉଦ୍‌ଘାଟନ କଲେ। ଏହି ଉଦ୍‌ଘାଟନୀ ଉତ୍ସବରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଭର୍ଚୁଆଲ ମାଧ୍ୟ‌ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଉତ୍ସବ‌ରେ ଯୋଗ ଦେଇଥିଲେ। ତେବେ ଏହି ଉତ୍ସବରେ ଯୋଗ ଦେଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାପରେ ଖୁବଶୀଘ୍ର ବନ୍ଦେ ମେଟ୍ରୋ ଆରମ୍ଭ ହେବ ବୋଲି କହିଛନ୍ତି। ଏହାସହ ବନ୍ଦେ ସ୍ଲିପର ମଧ୍ୟ ଚାଲିବ ବୋଲି ସୂଚନା ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।

ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦୁଇ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଦାବି ରଖିବେ ବୋଲି ପୁରୀରେ କହିଛନ୍ତି ରେଳମନ୍ତ୍ରୀ । ଏହାସହ ଦ୍ୱିତୀୟ ବନ୍ଦେ ଭାରତ ପୁରୀ, ଭୁବନେଶ୍ୱର, କଟକକୁ ଯୋଡିବ । ଏବଂ ରାଉରକେଲା, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ତାଳଚେରକୁ ଯୋଡିବ । ଜାନୁୟାରୀ, ଫେବ୍ରୁୟାରୀ ବେଳକୁ ବନ୍ଦେ ମେଟ୍ରୋ ବାହାରିବ ବୋଲି କହିଛନ୍ତି ରେଳମନ୍ତ୍ରୀ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ