Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗ୍ୟାସ ଭର୍ତି ଟାଙ୍କି ଚୋରି ଘଟଣାର ପର୍ଦ୍ଦାଫାସ, ୯ ଜଣ କୋର୍ଟ ଚାଲାଣ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ଫାଶୀମାଳ ଏବଂ ବାମରା ବ୍ଲକ ଅନ୍ତର୍ଗତ କେଶାଇବାହଲ ଇଣ୍ଡିଆନ ଅଏଲ କମ୍ପାନୀର ଗାସ ଟାଙ୍କୀ ବିତରଣ କେନ୍ଦ୍ରରୁ ଗତ ଏପ୍ରିଲ ୧୮ ତାରିଖ ରାତି ଏବଂ ଗତ ୬ ତାରିଖ ଫାଶୀମାଲ ଗୋଦାମରୁ ବିଳମ୍ବିତ ରାତ୍ରିରେ ତାଲା ଭାଙ୍ଗି ଗ୍ୟାସ ଭର୍ତି ଥିବା ଟାଙ୍କି ଚୋରି ହୋଇଥିଲା। ଏନେଇ ସମ୍ବଲପୁର ଏସପିଙ୍କ ଠାରେ ଅଭିଯୋଗ ହୋଇଥିଲା। ଏସପିଙ୍କ ନିର୍ଦ୍ଦେଶ କ୍ରମେ ମହୁଲପାଲି ଏବଂ ଜମନକିରା ପୋଲିସ ଦୁଇଟି ଟିମ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ। ସିସିଟିଭି ଫୁଟେଜ କୁ ଆଧାର କରି ଝାରସୁଗୁଡ଼ାର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଥିଲା। ଫଳ ସ୍ୱରୂପ ଗତକାଲି ପୋଲିସ ଟିମ ସଫଲତା ହାସଲ କରିଛି। ଏଇ ଚୋରି ଘଟଣାରେ ସଂପୃକ୍ତ ଥିବା ଝାରସୁଗୁଡ଼ା ବିଟିଏମ ର ସୁଜିତ୍ ଦାସ, କବରସ୍ଥାନ ପଡାର ଏମଡି ସାକିର, ଇଟାଭାଟା ପଡାର ଉଦୟ ସାହୁ, ଏଚ କଟାପାଲି ତେଜରାଜ ବେସନ, ଅଜିତ ରାଜ,ସୁରଜ କୁମାର ସାହୁ, ବଘିଆବେରନିର ପିଙ୍କୁ ପଟେଲ ଏବଂ ବେହେରାମାଲ ଅଞ୍ଚଳର ମାନସ କୁମାର ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇ ଦେଇଥିବା ଜଣାପଡିଛି।ଏହି ଚୋରିରେ ବ୍ୟବହାର ହୋଇଥିବା ଗୋଟିଏ ପିକପ ଭ୍ୟାନ, ଗୋଟିଏ ଇକ୍କୋ ଭ୍ୟାନ, ଗୋଟିଏ ଅଟୋ ରିକ୍ସା, ପାଞ୍ଚୋଟି ମୋବାଇଲ ସହିତ ୫୪ ଟି ଗ୍ୟାସ ସିଲିଣ୍ଡର ଜବତ କରିଛି କରି ଅଧିକ ତଦନ୍ତ ଜାରି ରଖିଛି।