Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଜେଲରେ ସାବିତ୍ରୀ ବ୍ରତ ପାଳିଲେ ଅର୍ଚ୍ଚନା ନାଗ

ଭୁବନେଶ୍ବର: ଆଜି ପବିତ୍ର ସାବିତ୍ରୀ ବ୍ରତ। ସବୁ ବିବାହିତ ମହିଳାମାନେ ଆଜି ଏହି ବ୍ରତ ପାଳନ କରୁଛନ୍ତି। ଝାରପଡା ଜେଲରେ ଥାଇ ଏହି ସାବିତ୍ରୀ ବ୍ରତ ପାଳନ କରିଛନ୍ତି ହନିଟ୍ରାପ ମାମଲାର ମୁଖ୍ୟ ଅଭିଯୁକ୍ତ ଅର୍ଚ୍ଚନା ନାଗ ।

ଜେଲରେ ଥିବା ଅନ୍ତେବାସୀଙ୍କ ସହ ମିଳି ଅର୍ଚ୍ଚନା ସାବିତ୍ରୀ ପୂଜା କରିଛନ୍ତି। ଏ ନେଇ ସେମାନଙ୍କୁ ଜେଲ୍ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଇଥିଲା। ଯେମିତିକି ଶାଢୀ, ଶଙ୍ଖା ସିନ୍ଦୂର, ଫଳ ମୂଳ ଭୋଗ ଇତ୍ୟାଦି। ଏଥିସହ ଜେଲରେ ପୂଜାସାରିବା ପରେ ସ୍ୱାମୀଙ୍କ ସହ ସାକ୍ଷାତ ମଧ୍ୟ କରିଥିଲେ ଅର୍ଚ୍ଚନା ।

ଆଜି ପବିତ୍ର ସାବାତ୍ରୀ ବ୍ରତରେ ଉପଲକ୍ଷେ ବିବାହିତ ମହିଳାମାନେ ମନ୍ଦିର ଯାଇ ସ୍ୱାମୀଙ୍କ ଦିର୍ଘାୟୁ ଓ ସୁସ୍ଥତା କାମନା କରି ବ୍ରତ ପାଳନ କରିବା ସହ ଉପବାସ ରହିଥାନ୍ତି।