ଶିକ୍ଷକ ପଦବୀ ପୂରଣ ପାଈଁ ସ୍କୁଲ ରେ ତାଲା ଦେଲେ ଅଭିଭାବକ ଓ ଛାତ୍ର ଛାତ୍ରୀ
ଜମନକିରା : ବର୍ତ୍ତମାନ ସମୟରେ ସରକାର ଶିକ୍ଷା ବିଭାଗ କୁ ଅତ୍ୟନ୍ତ ଗୁରୁତ୍ୱ ଦେଉଥିବା ବେଳେ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ କୁତବ ପ୍ରାଥମିକ ବିଦ୍ୟାଳୟରେ ବର୍ଷ ବର୍ଷ ଧରି ମାତ୍ର ଦୁଇଜଣ ଶିକ୍ଷକ ଥିବା ଏକ ବିଡମ୍ବନା ର ବିଷୟ ପାଲିଟିଛି। ତେବେ ଶିକ୍ଷକ ପୂରଣ ପାଇଁ ଆଜି ଛାତ୍ରୀ ଛାତ୍ର ମାନେ ସ୍କୁଲରେ ତାଲା ପକାଇବା ସହ ସ୍କୁଲ ସମ୍ମୁଖରେ ଧାରଣାରେ ବସିଥିଲେ। ପରେ ଏବିଇଓ ଦେବକୀ ନାଏକ ପହଞ୍ଚି ଶିକ୍ଷକ ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ସାମୟିକ ଭାବେ ସ୍ଥଗିତ ହୋଇଥିବା ଜଣାଯାଇଛି।
ସୂଚନା ମୁତାବକ ଏଇ ସ୍କୁଲରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ବର୍ତ୍ତମାନ ମାତ୍ର ଦୁଇଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଛାତ୍ର ଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେଉଥିବା ପ୍ରକାଶ କରିଛନ୍ତି ଛାତ୍ରୀ ମହେଶ୍ୱରୀ କର୍ତ୍ତା। ଅଭିଭାବକ ଙ୍କ ଅଭିଯୋଗ ଅନୁସାରେ କ୍ରମାଗତ ଭାବରେ ଶିକ୍ଷାବିଭାଗ କୁ ବାରମ୍ବାର ଲିଖିତ ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ନ ମିଳିବାରୁ ଆଜି ଗ୍ରାମବାସୀ ଓ ଛାତ୍ରଛାତ୍ରୀ ମିଶି ସ୍କୁଲରେ ତାଲା ଦେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଜ୍ଞାନ ସିଂ ଅଭିଭାବିକା, ମୀନା ସିଂ ଅଭିଭାବିକା, ଶ୍ରୀକର ପ୍ରଧାନ ଗ୍ରାମବାସୀ ମାନେ ତାଙ୍କ ବାକତ୍ୟବରେ ଶିକ୍ଷକ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସ୍କୁଲରେ ତାଲା ପଡିରହିବ ଏବଂ ଛାତ୍ର ଛାତ୍ରୀଙ୍କ ସହିତ ଅଭିଭାବକ ସମସ୍ତେ ଧାରଣା ସ୍ଥଳ ରୁ ଉଠିବେ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ। ଆଜି ୧୦ ଟା ସମୟରେ ଜମନକିରା ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ (ଏବିଇଓ ) ଦେବକୀ ନାଏକ ଧାରଣା ସ୍ଥଳ କୁ ପହଂଚି ପାଖ ସ୍କୁଲ ରୁ ଜଣେ ଶିକ୍ଷକ ଙ୍କୁ ଡେପୁଟେସନ ରେ ଦେବା ପରେ ସ୍କୁଲ ରୁ ତାଲା ଖୋଲାଯାଇ ଧାରଣା ସ୍ଥଳ ରୁ ଉଠିଥିଲେ ଛାତ୍ର ଛାତ୍ରୀ ଏବଂ ଅଭିଭାବକ। ସମ୍ବଲପୁର ଜିଲ୍ଲା ରେ କିଛିମାସ ହେବ ଶିକ୍ଷକ ପଦବୀ ପୂରଣ ପାଈଁ ପ୍ରାୟ ପଚାଶ ଭାଗ ସ୍କୁଲ ର ଛାତ୍ର ଛାତ୍ରୀ ଅସୁବିଧା ର ସମ୍ବୁଖିନ ହେଉଥିବା ନଜର କୁ ଆସିଛି, ଶିକ୍ଷା ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଉଚିତ ପଦକ୍ଷେପ ନେବା ପାଈଁ ସାଧାରଣରେ ଦାବି ଜୋର୍ ଧରିଛି।

