ନାବାଳିକା କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ ପୋସ୍କୋ କୋର୍ଟ କୁ ଚାଲାଣ
ଜମନକିରା : ଜମନକିରା ସଦର ମହକୁମା ସ୍ଥିତ ରାଧାକୃଷ୍ଣପଡ଼ା ର ଜୈନେକ ୧୦ମ ଶ୍ରେଣୀ ପଢୁଥିବା ନାବାଳିକା କୁ ସେହି ପଡ଼ାର ମହମ୍ମଦ ଅମିର କୁରେଶି ( ୩୧) ନାମକ ଜୈନେକ ବିବାହିତ ଯୁବକ ଦୁଷ୍କର୍ମ ଅଭିଯୋଗରେ ଆଜି ଜମନକିରା ପୋଲିସ ଅଭିଯୁକ୍ତ କୁ ଗିରଫ କରି ପୋସ୍କୋ କୋର୍ଟ ସମ୍ବଲପୁର କୁ ଚାଲାଣ କରି ଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଛି। ଏନେଇ ଜମନକିରା ଥାନା କେସ ନ. ୧୯୪/୨୫. ୬୪(୨)(ଆଇ) ୬୫(୧) ବିଏନ ଏସ/ଆର ଡବ୍ଲୁ ସେକ୍ସନ ୬ ପୋସ୍କୋ ଏକ୍ଟ ୨୦୧୨ ରେ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି।
ପୋଲିସର ସୂଚନା ଅନୁଯାଇ, ଗତକାଲି ରାଧାକୃଷ୍ଣପଡ଼ା ର ଜୈନେକ ୧୦ମ ଶ୍ରେଣୀରେ ପଢ଼ୁଥିବା ନାବାଳିକା ଜଣକ ସ୍ଥାନୀୟ ସ୍କୁଲ କୁ ସାଢେ଼ ୬ଟା ସମୟରେ ପଢିବାକୁ ଯାଉଥିବା ବେଳେ ସ୍ଥାନୀୟ କଲେଜ ନିକଟରେ ସେହି ପଡ଼ାର ଆମିର ଝିଅ କୁ ଦେବଗଡ଼ ସ୍ଥିତ ପ୍ରଧାନପାଟ ଜଳ ପ୍ରପାତ ବୁଲିବା ପାଇଁ ଛାତ୍ରୀ କୁ କହିଥିଲା। ଏଥିରେ ଝିଅ ଟି ରାଜି ନହେବାରୁ ତାକୁ ଜୋର ଜବରଦସ୍ତି ନିଜର ମାରୁତି ଇକୋ ଗାଡ଼ିରେ ଟାଣି କି ଉଠେଇ ନେଇ ଯାଇଥିଲା। ସେଠାରୁ ବୁଲି କି ଫେରିବା ବେଳେ ଦେବଗଡ ରାସ୍ତାରେ ନାବାଳିକା କୁ ଦୁଷ୍କର୍ମ କରିଥିଲା ବୋଲି ପୀଡ଼ିତା ର ମା” ଥାନାରେ ଗତକାଲି ରାତିରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ କୁ ବିଳମ୍ବିତ ରାତିରେ ଘରୁ ଗିରଫ କରି ଆଜି ଉଭୟଙ୍କ ଡାକ୍ତରୀ ମାଇନା ପରେ ସମ୍ବଲପୁର ପୋସ୍କୋ କୋର୍ଟ କୁ ଚାଲାଣ କରିଥିଲା। ତେବେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠାଇ ଦିଆଯାଇଥିବା ନେଇ ପୋଲିସ କହିଛି। ଏଥିରେ ବ୍ୟବହୃତ ଇକୋ ଗାଡ଼ି କୁ ମଧ୍ୟ ଜବତ କରାଯାଇଛି।

