ରେଙ୍ଗାଲି ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା ଅଭିଯାନ – 2025 ଅନୁଷ୍ଠିତ
ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ପଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଳିକ୍ସ କାରଖାନା ରେ ରେଙ୍ଗାଲି ଦ୍ୱାରା ସାଇବର ସୁରକ୍ଷା ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଥିଲା। ମଙ୍ଗଳବାର ଦିନ ଅନୁଷ୍ଠିତ ଉକ୍ତ କାର୍ଯୟକ୍ରମରେ ତଥ୍ୟ ଉଲ୍ଲଂଘନ ଏବଂ ଅନଲାଇନ୍ ଗୋପନୀୟତା, ସାମାଜିକ ଗଣମାଧ୍ୟମ ଠକେଇ ଏବଂ ଛଦ୍ମବେଶ, ନିବେଶ ଏବଂ କ୍ରିପ୍ଟୋକରେନ୍ସି ଠକେଇ, ଯୌନଶୋଷଣ ଏବଂ ଡିଜିଟାଲ୍ ଗିରଫ ଠକେଇ, ସୁରକ୍ଷିତ ଡିଜିଟାଲ୍ ଗ୍ୟାଜେଟ୍ ପରିଚାଳନା ଉପରେ ସଚେତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଡିଏସ୍ପି ଏବଂ ନୋଡାଲ୍ ଅଫିସର (ସାଇବର ଅପରାଧ) ଈଶ୍ୱର ତାଣ୍ଡି ପରିଚାଳନା କରିଥିବା ବେଳେ ଇନ୍ସପେକ୍ଟର ସୁବ୍ରତ ପାଣିଗ୍ରାହୀ ରେଙ୍ଗାଲି ପୋଲିସ ଷ୍ଟେସନ୍ ଇନ୍ସପେକ୍ଟର-ଇନ୍-ଚାର୍ଜ ଗୁରୁଦେବ କର୍ମୀ ଉପସ୍ଥିତ ଥିଲେ। ଶେଷରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରେ ଏକ ଅନଲାଇନ୍ ସାଇବର କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ସାଇବର ଅପରାଧ ହେଲ୍ପଲାଇନ୍ – 1930 ମାଧ୍ୟମରେ ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ରିପୋର୍ଟ କରିବାକୁ ଅନୁରୋଧ କରାଯାଇଥିଲା

