Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାଞ୍ଜାନିଆରେ ନିର୍ବାଚନୀ ପରର ହିଂସା; ୭୦୦ରୁ ଅଧିକ ମୃତ

ତାଞ୍ଜାନିଆ: ତାଞ୍ଜାନିଆରେ ବିବାଦୀୟ ସାଧାରଣ ନିର୍ବାଚନ ପରେ ହିଂସାକାଣ୍ଡରେ ୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିରୋଧୀ ଦଳ ଚାଡେମା ଶୁକ୍ରବାର ଦିନ କହିଛି ଯେ ସାରା ଦେଶରେ ସଂଘର୍ଷରେ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଛି।

ଯେତେବେଳେ କି ଜାତିସଂଘ ଦଶ ଜଣଙ୍କ ମୃତ୍ୟୁକୁ ନିଶ୍ଚିତ କରିଛି।ଚାଡେମା ମୁଖପାତ୍ର ଜନ୍ କିଟୋକା କହିଛନ୍ତି ଯେ କେବଳ ଦାର୍ ଏସ୍ ସଲାମରେ ପ୍ରାୟ ୩୫୦ ଜଣ ଏବଂ ମୱାଞ୍ଜା ଅଞ୍ଚଳରେ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଅନ୍ୟାନ୍ୟ ଅଞ୍ଚଳ ସମେତ ହିଂସା କାଣ୍ଡରେ ମୋଟ ମୃତ୍ୟୁ ସଂଖ୍ୟା ପ୍ରାୟ ୭୦୦ରେ ପହଞ୍ଚିଛି। ତେବେ ସରକାର ଏପର୍ଯ୍ୟନ୍ତ ଆଧିକାରିକ ଭାବେ କୌଣସି ସଂଖ୍ୟା ପ୍ରକାଶ କରିନାହାଁନ୍ତି। ତେବେ ଏହି ଘଟଣା ପରେ ଆଇନ ଶୃଙ୍ଖଳା ସ୍ଥିତିକୁ ପୁନରୁଦ୍ଧାର କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ