ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇୱା ଚକ ତଳେ ପଡ଼ିଯାଇ ଲୁନା (ସ୍କଟି ) ଚାଳକ ଦଗ୍ଧ ହୋଇ ମୃତ୍ୟୁ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ଫାଶିମାଳ ପଞ୍ଚାୟତ ଗରିଆବାହାଲ ବୁଲାଣିରେ ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ ଏକ ଆଶ ବୋଝେଇ ହାଇୱା ଟ୍ରକ୍ ଭିତରେ ଜମନକିରା ପଟୁ ଫାଶୀମାଲ ଆସୁଥିବା ଏକ ସ୍କଟି (ଲୁନା ) ଟ୍ରକ୍ ତଳେ ପଡ଼ି ଯିବାରୁ ସ୍କଟି ସହ ଚାଳକ ପଦ୍ମନାଭ ଦଣ୍ଡପାଟ (୬୧) ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ହାଇୱା ମଧ୍ୟ ଜଳି ଯାଇଛି। ହାଇୱା ଚାଳକ ଘଟଣା ସ୍ଥଳରୁ ଫେରାର ମାରିଛି। ଦୁର୍ଘଟଣାରେ ସ୍କଟିରେ ନିଆଁ ଲାଗିଯିବାରୁ ହାଇୱାରେ ମଧ୍ୟ ନିଆଁ ଲାଗି ଯାଇଥିବା ବେଳେ ଜମନକିରା ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ୍ତ କରିବା ସହ ମୃତ ବ୍ୟକ୍ତିର ଶବ କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନା କୁ ବ୍ୟବଚ୍ଛେଦ ପାଇଁ ପୋଲିସ ପଠେଇ ଦେଇଛି। ଖବର ଲେଖା ଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଗୁଲୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଟ ବୋଲି ଜଣା ପଡିଛି। ଜମନକିରା ପୋଲିସ ଘଟଣା ସ୍ଥଲରେ ପହଞ୍ଚି ତଦନ୍ତ ଜାରି ରଖିଛି। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି।

