Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୁଦଗୁଦା ଜଳପ୍ରପାତ ନିକଟରେ ଦଶମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତ୍ତିକ ମେଳାର ଶୁଭାରମ୍ଭ

ଜମନକିରା : ବିଶ୍ଵ କଲ୍ୟାଣ ଓ ଶାନ୍ତି ପ୍ରାପ୍ତି ନିମନ୍ତେ ଗୁଦଗୁଦା ଜଳପ୍ରପାତ ନିକଟରେ ଦଶମ ବିଶ୍ଵଶାନ୍ତି ରୁଦ୍ର ମହାଯଜ୍ଞ ଓ କାର୍ତ୍ତିକ ମେଳାର ଆରମ୍ଭ ଅତ୍ୟନ୍ତ ଧାର୍ମିକ ଉତ୍ସାହର ସହିତ ସମ୍ପନ୍ନ ହୋଇଛି। ଆଜି ସକାଳେ କଳସ ଯାତ୍ରା ଓ ସୂର୍ଯ୍ୟପୂଜା ସହିତ ଦେବଦେବାଙ୍କ ଆବାହନ ଓ ବାର୍ଷିକ ଗଙ୍ଗା ଆଳତି କାର୍ଯ୍ୟକ୍ରମ କରାଯାଇଥିଲା। ଆସନ୍ତା କାଲି ଅପରାହ୍ନ ୨ଟା ସମୟରେ ପୂର୍ଣ୍ଣାହୁତି ସହିତ ଯଜ୍ଞର ସମାରୋହ ସମାପନ ଅନୁଷ୍ଠିତ ହେବ। ଚଳିତ ବର୍ଷ କମିଟି ର ସଭାପତି ମିତ୍ରଭାନୁ ପଟେଲ ସୂଚନା ଦେଇଛନ୍ତି ଯେ, ୭ ଯୋଡ଼ି ଯଜ୍ଞକର୍ତ୍ତା କର୍ତ୍ତି ଭାବେ ଅଂଶ ଗ୍ରହଣ କରୁଛନ୍ତି।ପୂଜକ ମାନଙ୍କ ମଧ୍ୟରେ ଶ୍ୟାମ ସୁନ୍ଦର ପଣ୍ଡା, ବସନ୍ତ ତ୍ରିପାଠୀ, ସତ୍ୟ ନାରାୟଣ ହୋତା ଓ ପ୍ରଦୀପ ନନ୍ଦଙ୍କ ବିଶେଷ ଉପସ୍ଥିତି କାର୍ଯ୍ୟକ୍ରମକୁ ଅତି ସଜୀବ କରିଛି। କର୍ତ୍ତା ଭାବେ ସପତ୍ନିକ ରବିନାରାୟଣ ପଟେଲ, ସମିନ୍ ପଟେଲ, ପ୍ରକାଶ ନାଏକ, ଓମ ପ୍ରସାଦ ପଟେଲ, ସୁଶୀଲ ମାକର୍, ସନ୍ତୋଷ ନାଥ ଓ ତରଣିସେନ ବଢେଇ ଅଂଶ ନେଇଥିଲେ। ଦୀପକ ପଟେଲ, ସତ୍ୟ ନାରାୟଣ ପଟେଲ, ସୁକେଶିନି ପଟେଲ, ଲିଲୀମା ପଟେଲ, କଲ୍ୟାଣୀ ପଟେଲ ସଙ୍କୀର୍ତ୍ତନ କିଷାନ ଓ ଧନୁର୍ଜୟ ନାଏକଙ୍କ ଶ୍ରମ ଓ ସମନ୍ୱୟ ଯଜ୍ଞକୁ ଆହୁରି ଉଜ୍ଜ୍ଵଳ କରିଥିଲା।ଯଜ୍ଞ ପରିସରେ ନାମଯଜ୍ଞ, ଘୃତଯଜ୍ଞ, ରୁଦ୍ରାଭିଷେକ ଓ ଚଣ୍ଡୀପାଠ ଦିନ ଭରି ଚାଲିଥିଲା। ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ଉପସ୍ଥିତି ଦେଇ ପ୍ରସାଦ ସେବନ କରି ଧାର୍ମିକ ଆନନ୍ଦ ଅନୁଭବ କରିଥିଲେ।ବିଗତ ନଅ ବର୍ଷ ଧରି ଏହି ମହାଯଜ୍ଞ ଅଞ୍ଚଳର ସାମୁଦାୟିକ ସହଭାଗୀତା ସହିତ ଅବିରତ ଭାବେ ଆୟୋଜିତ ହେଉଛି। ବାବା ଜୀବନ ମୁକ୍ତାନନ୍ଦ ପୁରୀ ଜି ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଆଶୀର୍ବାଦରେ ଏହି ବିଶ୍ଵଶାନ୍ତି ଯଜ୍ଞ ଅଞ୍ଚଳରେ ଆଧ୍ୟାତ୍ମିକ ଭାବନା ଓ ସମରସତା ତଥା ଏକତା ଭାବ ବନ୍ଧନ ସୃଷ୍ଟି କରୁଛି।ବାବା ଜୀବନ ମୁକ୍ତାନନ୍ଦ ପୁରୀ ଜି ମହାରାଜ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ