Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ର ପଙ୍ଖା ପଡ଼ି କରି ଛାତ୍ର ଆହତ

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଲାଉମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଏକ ଅଘଟଣ ଘଟିଯାଇଛି ସ୍କୁଲ ରେ ପଙ୍ଖା ପଡ଼ି ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଲାଉମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଦ୍ୱିତୀୟ ଶ୍ରେଣୀ ପଡ଼ୁଥିବା ସନ୍ତୋଷ ଭାଇଁସା ଙ୍କ ପୁଅ ଅଲିନ ଭଇଁସା ଗୁରୁବାର ଦିନ ସ୍କୁଲ ଯାଇଥିଲେ। ଶ୍ରେଣୀ ରେ ପଢୁଥିବା ବେଳେ ହଠାତ୍ ଶ୍ରେଣୀ ଗୃହ ରେ ଲାଗିଥିବା ପଙ୍ଖା ଟି ଖସି ପଡ଼ିଥିଲା। ପଙ୍ଖା ଟି ଖସି ପଡ଼ି ଅଲିନ ଙ୍କ ମୁଣ୍ଡ ରେ ପଡ଼ିଥିଲା ଫଳରେ ସେ ଗୁରୁତର ଆହତ ହୋଇଥିଲେ। 108 ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରେଙ୍ଗାଲି ଡ଼ାକ୍ତରଖାନା ଅଣାଯାଇଥିଲା ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ