ବ୍ଲକ ସ୍ତରୀୟ ଟେଲେଣ୍ଟ ହଣ୍ଟ ଶିବିର ଅନୁଷ୍ଠିତ
ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମିଶନଶକ୍ତି ଗୃହରେ ଆଜି ବ୍ଲକ ସ୍ତରୀୟ ଟେଲେଣ୍ଟ ହଣ୍ଟ ଶିବିର ଅନୁଷ୍ଠିତ ହୋଇଯାଇଛି। ସିଡିପିଓ ମମତା ପଟେଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜମନକିରା ବିଡ଼ିଓ ରବୀନ୍ଦ୍ର କୁମାର ସେଠୀ ଉପସ୍ଥିତ ଥିଲେ। ଏହି ଶିବିରରେ ବ୍ଲକର ବିଭିନ୍ନ ଗ୍ରାମରୁ କିଶୋରୀ ମାନେ ଅଂଶ ଗ୍ରହଣ କରି ଗୀତ, ନୃତ୍ୟ ଏବଂ ଚିତ୍ରାଙ୍କନ ମାଧ୍ୟମରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

