ହାଇୱା ଧକ୍କା ରେ ଦୁଇ ଭାଇ ମୃତ।
ସମ୍ବଲପୁର – ରାଉରକେଲା 10 ନଂ ରାଜ୍ଯ ରାଜପଥ ରେଙ୍ଗାଲି ଥାନା ଅନ୍ତର୍ଗତ ଶ୍ୟାମ ମେଟାଲିକ୍ସ ସମ୍ମୁଖରେ ହଇୱା ଧକ୍କା ରେ ଦୁଇ ଭାଇ ଙ୍କ ମୃତ୍ୟୁ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ଲପଙ୍ଗା ର ଦେବାଶିଷ ଶତପଥି (35) ଏବଂ ଦେବେନ୍ଦ୍ର ଶତପଥି(28 ) ଏକ ସ୍କୁଟି (OD23N5503 ) ରେ ରେଙ୍ଗାଲି ରୁ ଲପଙ୍ଗା କୁ ଫେରୁଥିବା ବେଳେ ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା
ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘଟଣାସ୍ଥଳ ରୁ ଉଦ୍ଧାର କରାଯାଇ ବୁର୍ଲା ଡାକ୍ତରଖାନା କୁ ନିଆଯାଇ ଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ଦେବାଶିଷ ଲପଙ୍ଗା ସୋସାଇଟିର ସହ ସମ୍ପାଦକ ଥିବାବେଲେ ଦେବେନ୍ଦ୍ର ଆଦିତ୍ଯ ଆଲୁମିନିୟମ ର କୋଲ୍ ୟାର୍ଡ ରେ ଡାଟା ଏଣ୍ଟ୍ରି ଅପରେଟର ଥିଲେ।

