ହାତୀ ଦଳି ଦେବାରୁ ୨ ଜଣ ଚାଷୀଙ୍କ ମୃତ୍ୟୁ
ଜମନକିରା : ଜମନକିରା ଥାନା ବଡରମା ବନ୍ୟପ୍ରାଣୀ ବନାଞ୍ଚଳ ଅନ୍ତର୍ଗତ କୁତବ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ୨ଜଣ ଚାଷୀ ନିଜ ଜମିରେ ହୋଇଥିବା ଧାନ ଜଗିବା ପାଇଁ ମଞ୍ଚା ଆଡ଼କୁ ଯାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ି ମୃତ୍ୟୁ ବରଣ କରିଛନ୍ତି। ସେମାନେ ହେଲେ ଗଙ୍ଗାରାମ ପଟେଲ(୪୫) ଘଟୁଆଲ(୬୦) ବୋଲି ଜଣା ପଡିଛି। ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ, ଆଇଆଇସି ପଦ୍ମାଳୟା ସାହୁ ଏବଂ ତହସିଲଦାର ପ୍ରବୀଣା ବିଲୁଙ୍ଗ ପ୍ରମୁଖ ଗାଁରେ ପହଞ୍ଚି ସହାୟତା ରାଶି ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ସ୍ବୀକାର କରିଥିଲେ। ଏନେଇ ଜମନକିରା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାଇ, ସମ୍ବଲପୁର ଜିଲ୍ଲା ବଡରମା ରେଞ୍ଜ ଅଧିନସ୍ଥ କୁତବ ଗ୍ରାମରେ ଦୁଇଜଣ ଗତ ରାତ୍ରି ପ୍ରାୟ ସାଢେ଼ ୯ଟା ସମୟରେ ଗ୍ରାମର ପ୍ରଦୀପ ଏବଂ ଗଙ୍ଗାରାମ ନିଜ ଚାଷ ଜମିକୁ ବନ୍ୟ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଈଁ ଯାଇଥିଲେ।ଆଜି ସକାଳୁ ଗ୍ରାମବାସୀ ବଣ ଭିତରେ ଥିବା ରାସ୍ତା କଡରେ ଦୁଇଜଣ ବ୍ୟକ୍ତିଙ୍କ ମୃତ ଶରୀର ଦେଖି ବଣ ବିଭାଗ ଓ ଜମନକିରା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ବଡ଼ରମା ରେଞ୍ଜର ଗିରିଧାରୀ ପଧାନ, ଜମନକିରା ଆଇ ଆଇ ସି ପଦ୍ମାଳୟା ସାହୁ, ତହସିଲଦାର ପ୍ରବୀଣା ବିଲୁଙ୍ଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିବା ସହିତ ଘଟଣା ସ୍ଥଳରେ ଉପୁଜି ଥିବା ସାମାନ୍ୟ ଉତ୍ତେଜନାକୁ ପ୍ରଶମିତ କରିବା ପାଈଁ ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଛେଦ ପାଈଁ କୁଚିଣ୍ଡା ଡାକ୍ତରଖାନା କୁ ସ୍ଥାନାନ୍ତର କରିଛି। ମୃତକଙ୍କ ପରିବାର ଙ୍କୁ ୧୦ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା ପାଈଁ ରେଞ୍ଜର ପ୍ରତିଶୃତି ଦେବା ପରେ ଉପସ୍ଥିତ ଲୋକେ ଶାନ୍ତ ହୋଇଥିବା ଦେଖିବାକୁ ମିଳିଛି। ହାତୀ ଜଙ୍ଗଲ କୁ ଆସୁଥିବା ର ଗତିବିଧି ବଣ ବିଭାଗ ଲକ୍ଷ୍ୟ ରଖୁଥିଲେ ମଧ୍ୟ ଜନ ସାଧାରଣ ଙ୍କୁ ସତର୍କ କରୁନଥିବା ରୁ ଏପରି ଦୁର୍ଘଟଣା ଘଟିଛି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି। ବନ ବିଭାଗର ଫରେଷ୍ଟର ଆନନ୍ଦ ପରିଡ଼ା, ସନ୍ତୋଷ ବାଘ, କୃପାସିନ୍ଧୁ ପ୍ରଧାନ, ଆଜମେର ଜଇପୁରିଆ, ସୁଦୀପ୍ତ ନାୟକ, ଦେବାର୍ଚ୍ଚନ ସୁତାର, ସ୍ୱରୂପ ଚୌଧୁରୀଙ୍କ ସମେତ ସମସ୍ତ ବନ କର୍ମଚାରୀ ଉତ୍ତେଜନା ସ୍ଥାନରେ ଉପସ୍ଥିତ ଥିଲେ।

