ଭିଜିଲାନ୍ସ ଦ୍ବାରା ଗିରଫ ହୋଇ ଜେଲ୍ ଗଲେ ପୂର୍ବତନ ପ୍ୟାକ୍ସ୍ ସମ୍ପାଦକ ।
ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ପାଟଣାଗଡ଼ ବ୍ଲକ୍ ଫଟାମୁଣ୍ଡା ପ୍ୟାକ୍ସ୍ ର ପୂର୍ବତନ ସମ୍ପାଦକ କୁଶଧ୍ୱଜ୍ ସାହୁ । ଆଜି କୁଶଧ୍ୱଜ୍ ଙ୍କ ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଠକପଡ଼ାସ୍ଥିତ ବାସଭବନରେ ବରଗଡ଼ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ସରକାରୀ ଟଙ୍କା ଆତ୍ମସାତ୍ କରିଥିବା କୁଶଧ୍ୱଜ୍ କୁ ଗିରଫ କରାଯାଇ ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ କୋର୍ଟ ଚାଲାଣ କରିଥିଲା ବରଗଡ଼ ଭିଜିଲାନ୍ସ । ସେଠାରେ କୁଶଧ୍ୱଜ୍ ଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ତାଙ୍କୁ ବଲାଙ୍ଗୀର ଜେଲ୍ କୁ ପଠାଇ ଥିବା ବରଗଡ଼ ଭିଜିଲାନ୍ସ ଇନ୍ସପେକ୍ଟର ସୁଷମା ପଶାୟତ ସୂଚନା ଦେଇଛନ୍ତି ।ପ୍ରକାଶ ଥାଉକି,୨୦୧୭-୧୮, ୨୦୧୮-୧୯ ଆର୍ଥିକ ବର୍ଷରେ ଘୋଟାଲା କରି ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଆଜି କୁଶଧ୍ୱଜ୍ କୁ ଗିରଫ କରି କୋର୍ଟ ଚାଲାଣ କରିଛି ବରଗଡ଼ ଭିଜିଲାନ୍ସ ଟିମ୍ । ପ୍ରାୟ ୮ ଲକ୍ଷ ୩୪ ହଜାର ସରକାରୀ ଟଙ୍କାକୁ ଆତ୍ମସାତ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି କୁଶଧ୍ୱଜ୍ ।

