ବିଶ୍ୱ ଡାଇବେଟିସ ଦିବସରେ —ଡାକ୍ତର ରୋହନ ନାୟକଙ୍କ ପରାମର୍ଶ
“ଡାଇବେଟିସ୍କୁ ଜାଣନ୍ତୁ, ଜୀବନକୁ ସୁସ୍ଥ ରଖନ୍ତୁ।”
ପ୍ରତିବର୍ଷ ନଭେମ୍ବର ୧୪ ତାରିଖରେ ବିଶ୍ୱ ଡାଇବେଟିସ୍ ଦିବସ ପାଳିତ ହୁଏ। ଏହି ଦିନଟି ସାର ଫ୍ରେଡରିକ ବାଣ୍ଟିଙ୍କ ଜନ୍ମଦିନରେ ପାଳନ କରାଯାଏ, ଯିଏ ୧୯୨୧ମସିହାରେ ଇନସୁଲିନ୍ର ଆବିଷ୍କାର କରିଥିଲେ।ଏହା ପାଳନର ମୁଖ୍ୟ ଉଦ୍ଧେଶ୍ୟ ହେଉଛି, ସମଗ୍ର ଜଗତରେ ଲୋକମାନଙ୍କୁ ଡାଇବେଟିସ୍ ବିଷୟରେ ସଚେତନ କରିବା, ଏହାର ନିୟନ୍ତ୍ରଣ ଓ ପ୍ରତିରୋଧ ପାଇଁ ଜୀବନ ଶୈଳୀର ପରିବର୍ତ୍ତନକୁ ପ୍ରୋତ୍ସାହନ ଦେବା। ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା (ଡବ୍ଲୁଏଚଓ) ଓ ଇଣ୍ଟରନ୍ୟାସନାଲ୍ ଡାଇବେଟିସ୍ ଫେଡେରେସନ୍ (ଆଇଡ଼ିଏଫ)ଙ୍କ ତଥ୍ୟ ଅନୁସାରେ, ପ୍ରାୟ ୪୩୦ ମିଲିୟନ୍ରୁ ଅଧିକ ଲୋକ ବିଶ୍ୱ ଜୁଡ଼ା ଡାଇବେଟିସ୍ରେ ପୀଡିତ ଅଛନ୍ତି, ଏବଂ ଏହାର ସଂଖ୍ୟା ଦିନକୁ ଦିନ ବଢ଼ୁଛି।
୨୦୨୫ ରେ, ଏହି ଦିବସର ବିଷୟ “ଡାୟାବେଟିଜ୍ ଓ ସୁସ୍ଥତା”ରେ କେନ୍ଦ୍ରିତ,ଯାହା ଅର୍ଥ ଡାୟାବେଟିଜ୍ କେବଳ ରକ୍ତସ୍ତର ନିୟନ୍ତ୍ରଣ ନୁହେଁ ଏହା ଶାରୀରିକ, ମାନସିକ ଓ ସାମାଜିକ ସୁସ୍ଥତା ସହିତ ଜଡିତ ଏକ ସାମଗ୍ରିକ ଜୀବନ ପ୍ରବାହ। ବିଷୟର ମୁଖ୍ୟ ଉଦ୍ଦେଶ୍ୟ ହେଲା ଡାୟାବେଟିଜ୍ ଥିବା ଲୋକମାନେ ସ୍ୱାସ୍ଥ୍ୟକର ଜୀବନ ଯାପନ କରିବା ପାଇଁ ଯଥେଷ୍ଟ ସହାୟତା ପାଉନ୍ତୁ।
ମାନସିକ ଚାପ, ଭୟ ଓ ଅସୁବିଧାକୁ ହ୍ରାସ କରି ସକାରାତ୍ମକ ମନୋଭାବ ଗଠିତ କରିବା,ସୁସ୍ଥ ଖାଦ୍ୟ ଅଭ୍ୟାସ, ନିୟମିତ ବ୍ୟାୟାମ ଓ ଶରୀର ଓ ମନକୁ ସମତାୟୁକ୍ତ ରଖିବା,
କାର୍ଯ୍ୟସ୍ଥଳ ଓ ସମାଜରେ ଡାୟାବେଟିଜ୍ ଥିବା ଲୋକଙ୍କ ପ୍ରତି ଭେଦଭାବ ଓ ଅସମାନତାକୁ ଦୂର କରିବା,ଡାଇବେଟିସ୍ ଏକ ଦୀର୍ଘସ୍ଥାୟୀ ମେଟାବଲିକ୍ ରୋଗ, ଯେଉଁଥିରେ ଶରୀରରେ ଇନସୁଲିନ୍ ହର୍ମୋନ୍ର ଅଭାବ କିମ୍ବା ଅସଠିକ କାର୍ଯ୍ୟକଳାପ ହେତୁ ରକ୍ତରେ ଗ୍ଲୁକୋଜ୍ (ସର୍କରା) ସ୍ତର ବଢ଼ିଯାଏ।
ଇନସୁଲିନ୍ ଏକ ହର୍ମୋନ୍ ଯାହା ପାନ୍କ୍ରିୟାସ୍ (ଅଗ୍ନାଶୟ) ରୁ ସ୍ରାବ ହୁଏ ଏବଂ ଏହା ଗ୍ଲୁକୋଜ୍କୁ ଶରୀରରେ ଶକ୍ତିରୂପେ ବ୍ୟବହାର କରିବାରେ ସହାୟ କରେ।
ଡାଇବେଟିସ୍ର ମୁଖ୍ୟ ତିନୋଟି ପ୍ରକାର ଅଛି,ଯାହାକି
ଟାଇପ୍ ୧ ଡାଇବେଟିସ୍ l
ଏହା ଏକ ଆଟୋଇମ୍ୟୁନ୍ ରୋଗ। ଶରୀରର ପ୍ରତିରୋଧ ପ୍ରଣାଳୀ ଅଗ୍ନାଶୟର ଇନସୁଲିନ୍ ଉତ୍ପାଦନ କୋଷଗୁଡ଼ିକୁ ନଷ୍ଟ କରିଦେଇଥାଏ।ଏହା ସାଧାରଣତଃ ଶିଶୁ ଓ ଯୁବା ବୟସରେ ଦେଖାଯାଏ ଏବଂ ଇନସୁଲିନ୍ ଇଞ୍ଜେକ୍ସନ୍ ଦ୍ୱାରା ଚିକିତ୍ସା ହୁଏ। ସେହିପରି
ଟାଇପ୍ ୨ ଡାଇବେଟିସ୍,
ଏହା ସବୁଠୁ ସାଧାରଣ ପ୍ରକାର।ଶରୀର ଇନସୁଲିନ୍ର ପ୍ରଭାବକୁ ଠିକ୍ଭାବେ ବ୍ୟବହାର କରିପାରେ ନାହିଁ ।ଏହା ଅଧିକତର ମୋଟାପଣ, ଅସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସ, ଅଭ୍ୟାସର ଅଭାବ ଓ ଜୀବନ ଶୈଳୀ ସହିତ ଜଡିତ ଥାଏ। ଗର୍ଭାବସ୍ଥା ଡାଇବେଟିସ୍,
ଏହା ଗର୍ଭାବସ୍ଥାରେ କିଛି ମହିଳାଙ୍କ ମଧ୍ୟରେ ଦେଖାଯାଏ।
ଏହାର ଲକ୍ଷଣ ହେଉଛି
ଡାଇବେଟିସ୍ର ପ୍ରଥମ ଲକ୍ଷଣଗୁଡ଼ିକ ଧୀରେ ଧୀରେ ଦେଖାଯାଏ। ସାଧାରଣ ଲକ୍ଷଣ ଗୁଡିକ ହେଲା ବାରମ୍ବାର ପିସାବ ହେବା,ଅଧିକ ଭୋକ ଲାଗିବା
ଓଜନ ହ୍ରାସ ହେବା,ଅଧିକ କ୍ଲାନ୍ତି ଓ ଶକ୍ତିହୀନତା ଅନୁଭବ କରିବା,
ଦୃଷ୍ଟି ଧୁସର ହେବା,କ୍ଷତ ବିଲମ୍ବିତ ଭାବେ ସୁସ୍ଥ ହେବା
ତ୍ୱଚା ଓ ଯୋନି ସଂକ୍ରମଣ ବାରମ୍ବାର ହେବା ଭଳି ରହିଛି l
ଏହି ଲକ୍ଷଣ ଦେଖିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ।ଡାଇବେଟିସ୍ ନିର୍ଦ୍ଧାରଣ ପରୀକ୍ଷା
ଫାଷ୍ଟିଙ୍ଗ ବ୍ଲଡ୍ ସୁଗାର ଟେଷ୍ଟ ଯାହାକି ଖାଲି ପେଟରେ ରକ୍ତରେ ଗ୍ଲୁକୋଜ୍ ସ୍ତର ମପାଯାଏ।
ସାଧାରଣ ମାନ ହେଉଛି ୧୦୦ଏମଜି /ଡିଏଲରୁ କମ୍।
୧୨୬ଏମଜି /ଡିଏଲ ବା ତାଠାରୁ ଅଧିକ ହେଲେ ଡାଇବେଟିସ୍ ରୋଗ ସମ୍ଭାବନା ରହିଥାଏ।
ପୋଷ୍ଟ ପ୍ରାଣ୍ଡିଆଲ୍ ବ୍ଲଡ୍ ସୁଗାର
ଖାଇବା ୨ ଘଣ୍ଟା ପରେ ରକ୍ତରେ ସୁଗାର ସ୍ତର ମପାଯାଏ।ଏଚବିଏ ୧ସି ଟେଷ୍ଟରେ ବିଗତ ୩ମାସ ଧରି ରକ୍ତରେ ସୁଗାର ସ୍ତରକୁ ମାପିଥାଏ।୬. ୫% ବା ତାଠାରୁ ଅଧିକ ହେଲେ ଡାଇବେଟିସ୍ ନିଶ୍ଚିତ ବୋଲି ଧରିବାକୁ ହୁଏ l
ଓରାଲ୍ ଗ୍ଲୁକୋଜ୍ ଟୋଲରେନ୍ସ ଟେଷ୍ଟ (ଓଜିଟିଟି) ହେଉଛି
ଗ୍ଲୁକୋଜ୍ ପିଇବା ପରେ ରକ୍ତରେ ସୁଗାର କିପରି ବଢ଼ୁଛି ଓ ହ୍ରାସ ପାଉଛି, ତାହା ମାପିଥାଏ।
ପ୍ରତିରୋଧ ଓ ନିୟନ୍ତ୍ରଣ
ଡାଇବେଟିସ୍ ପୂର୍ଣ୍ଣ ଭାବରେ ନିରାମୟ ହୋଇପାରେ ନାହିଁ, କିନ୍ତୁ ନିୟନ୍ତ୍ରଣରେ ରଖିପାରିଥାଏ। ନିମ୍ନ ପଦକ୍ଷେପଗୁଡିକ ନେଲେ ଶରୀର ପାଇଁ ଉପକାରୀ ହୋଇପାରେ l ପଦକ୍ଷେପସବୁ ହେଲା ନିୟମିତ ଅଧଘଣ୍ଟା ଶାରୀରିକ ବ୍ୟାୟାମ କରିବା,
ସୁସ୍ଥ ଓ ସନ୍ତୁଳିତ ଖାଦ୍ୟ ଖାଇବା,
ମିଠା, ଓ ଅଧିକ ତେଲିଆ ଖାଦ୍ୟକୁ ଏଡ଼ାଇବା,ଧୁମପାନ ଓ ମଦ୍ୟପାନରୁ ଦୁରେଇ ରହିବା,
ସମୟସୀମା ମଧ୍ୟରେ ରକ୍ତ ପରୀକ୍ଷା କରିବା ଓ ଡାକ୍ତରଙ୍କ ପରାମର୍ଶ ନେବା,ଡାଇବେଟିସ୍ ଏକ ଗୁରୁତର ରୋଗ ହେଲେମଧ୍ୟ, ସଚେତନତା ଓ ସଠିକ୍ ଜୀବନ ଶୈଳୀ ଦ୍ୱାରା ଏହାକୁ ନିୟନ୍ତ୍ରଣରେ ରଖାଯାଇପାରିବ ବୋଲି
ବିଶ୍ୱ ଡାଇବେଟିସ୍ ଦିବସ ଆମକୁ ଏହି ବାର୍ତ୍ତା ଦେଇଥାଏ l ପରାମର୍ଶ
“ଡାଇବେଟିସ୍କୁ ଜାଣନ୍ତୁ, ଜୀବନକୁ ସୁସ୍ଥ ରଖନ୍ତୁ।”
ରିପୋର୍ଟ ଡା. ରୋହନ କୁମାର ନାୟକ
ଜୁନିଅର୍ ରେସିଡେଣ୍ଟ, କମ୍ୟୁନିଟି ମେଡିସିନ ବିଭାଗ , ଭିମାସର୍ ବୁର୍ଲା

