Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମନକିରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ଉତ୍ସବ ଅନୁଷ୍ଠିତ

ଜମନକିରା : ଜମନକିରା ବ୍ଲକ ସଦର ମହକୁମା ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଶିଶୁ ଦିବସ ଉତ୍ସବ ପାଳିତ ‌ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ଷଣ୍ଢପଥର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାଜେନ୍ଦ୍ର କୁମାର ଜଗତ ଦୀପ ପ୍ରଜ୍ବଳନ କରି ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ। ପ୍ରଧାନ ଆଚାର୍ଯ୍ୟ ଦାୟିତ୍ଵରେ ଥିବା ସସ୍ମିତା ବିଶ୍ଵାଳ ଶିଶୁ ମାନଙ୍କୁ ଉକ୍ତ ଉତ୍ସବର ମହତ୍ତ୍ଵ ବୁଝାଇଥିଲେ। ବିଦ୍ୟାଳୟ ତରଫରୁ ଗୁରୁ ଜୀ ଉମାକାନ୍ତ ରଣା ଅତିଥି ମହାଶୟଙ୍କ ଉପଢୋକନ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଶିଶୁ ଭାଇ ଭଉଣୀ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଶିଶୁ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଗଲା। ବିଦ୍ୟାଳୟର ଗୁରୁମା ଛବି ରାଣୀ ଗଡ଼ନାୟକ ବୈଦ୍ଧିକ ପରିଚାଳନା କରିଥିଲେ। ପରିଶେଷରେ ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟା‌ ଛବିରାଣି ବିଶ୍ଵାଳ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ସମାପନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ