Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ

ଭୁବନେଶ୍ବର: ପ୍ରକାଶ ପାଇଲା ସ୍ପେଶାଲ OTET-୨୦୨୫ ରେଜଲ୍ଟ। ଏହି ସ୍ବତନ୍ତ୍ର OTET ପରୀକ୍ଷାରେ ୬୬.୫% ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଉଭୟ ପେପର-I ଓ ପେପର-II ରେ ୭୫ ହଜାର ୪୦୩ ଜଣ ଶିକ୍ଷକ ଓ ଶିକ୍ଷିୟିତ୍ରୀ ଓଟିଇଟି ପାଇଁ ନାମ ପଞ୍ଜିକୃତ କରିଥିଲେ। ପେପର-୧ରେ ୧୨ହଜାର ୯୮୮ ଜଣ କୃତକାର୍ଯ୍ୟ କରିଥିବା ବେଳେ ପାସ ହାର ୪୭.୧୭% ରହିଛି।

ସେହିପରି ପେପର ୨ରେ ୩୫ ହଜାର ୧୬୫ ଜଣ କୃତକାର୍ଯ୍ୟ ହୋଇଛନ୍ତି, ଯାହାର ପାସ ହାର ୭୮.୩୫% ରହିଛି। ମୋଟ ୪୮ ହଜାର ୧୫୩ ଜଣ କୃତକାର୍ଯ୍ୟ ନେଇ BSE ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ପରୀକ୍ଷାର୍ଥୀମାନେ ବୋର୍ଡ ୱେବସାଇଟ www.bseodisha.ac.in ରେ ନିଜ ନିଜର ରେଜଲ୍ଟ ଦେଖିପାରିବେ। ପ୍ରାର୍ଥୀ ମାନେ ବୋର୍ଡ ୱେବସାଇଟରୁ ସେମାନଙ୍କ ପରୀକ୍ଷା ଫଳ ସମ୍ପର୍କିତ ସବିଶେଷ ତଥ୍ୟ ପାଇପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ