Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

କୁଚିଣ୍ଡା ଶିକ୍ଷକ ହତ୍ୟା ଘଟଣା, ଅଭିଯୁକ୍ତ କୋର୍ଟ ଚାଲାଣ

ଜମନକିରା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସଦର ମହକୁମା ନିକଟସ୍ଥ ଖର୍ଲା ବାଇପାସ ବ୍ରିଜ ନିକଟରେ ଗତ ୬ ତାରିଖ ସକାଳେ ଜଣେ ଶିକ୍ଷକଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ମିଳି ଥିଲା। ସିସି ଟିଭି ଫୁଟେଜ କୁ ଆଧାର କରି କୁଚିଣ୍ଡା ପୋଲିସ ପତ୍ରାପାଲି ଗାଁର ସୁଧାଂଶୁ କୁସୁମକୁ ଅଟକ ରଖି ତଦନ୍ତ ଜାରିରଖିଥିଲା। ଅଟକ ବେଳେ ସୁଧାଂଶୁ ଗାଧୁଆଘର ଯିବି କହି ଏକ କାଚ ପ୍ଲେଟ ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲା। ଫଳରେ ତାକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିଲା। ଗତକାଲି ଆରୋପୀ ଡାକ୍ତଖାନା ରୁ ଡିସଚାର୍ଜ ହେବା ପରେ କୁଚିଣ୍ଡା ପୋଲିସ ତାକୁ କୋର୍ଟ ଚାଲାଣ କରିଛି।ପୋଲିସର କହିବା ମୁତାବକ ସୁଧାଂଶୁ କୁସୁମ ମୃତ ଶିକ୍ଷକ ପ୍ରୁଥିରାଜ ମହାନନ୍ଦକୁ ୫ ତାରିଖ ସନ୍ଧ୍ୟାରେ ତାଙ୍କ ଠୁ ନେଇଥିବା ହାତ ଉଧାରି ଟଙ୍କାକୁ ଫେରସ୍ତ ଦେବାପାଇଁ ଫୋନ ମାଧ୍ୟମରେ ଡାକିଥିଲା। ସୁଧାଂଶୁ କୁସୁମୀ ଗାଁକୁ ଯାଇ ସେଠାରେ ଦୁଇଜଣ ମଦ ପିଇ କୁଚିଣ୍ଡା ଖର୍ଲା ପୋଲ ନିକଟରେ ପହଞ୍ଚି ଥିଲେ। ସେଠାରେ ସୁଧାଂଶୁ ପୂର୍ବ ରୁ ଲୁଚାଇ ରଖିଥିବା ଏକ ଧାରୁଆ ଅସ୍ତ୍ର ସାହଯ୍ୟରେ ଶିକ୍ଷକ ପୃଥୀରାଜର ଗଳାକାଟି ହତ୍ୟା କରିଥିଲା। ଗତକାଲି କୁଚିଣ୍ଡା ପୋଲିସ ସୁଧାଂଶୁକୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗ କୋର୍ଟ ହାଜତକୁ ପଠେଇଥିବା ଜଣାଯାଇଛି। ଅଭିଯୁକ୍ତ ବ୍ୟବହାର କରିଥିବା ପଲସର ବାଇକ (ଓଡ଼ି ୧୫ ଏସ ୦୦୩୮) ଏବଂ ହତ୍ୟାରେ ବ୍ୟବହୃତ ହୋଇଥିବା ଧାରୁଆ ଅସ୍ତ୍ରକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।