ମୁରିବାହାଲରେ ବ୍ଲକ୍ ସ୍ତରୀୟ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ।
ବଲାଙ୍ଗୀର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ମୁଖ୍ୟାଳୟସ୍ଥିତ ପଞ୍ଚାୟତି ହାଇସ୍କୁଲ ଖେଳ ପଡ଼ିଆ ଠାରେ ଆଜି ମୁରିବାହାଲ ବ୍ଲକ ସ୍ତରୀୟ ମତ୍ସ୍ଯ ଓ ପ୍ରାଣୀ ସମ୍ପଦ ମେଳା ୨୦୨୫ ଅନୁଷ୍ଠିତ ହୋଇଯାଇଛି ।
ବିଭିଓ ଡା. ଅଞ୍ଜନ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ମେଳାରେ ମୁଖ୍ଯ ଅତିଥି ଭାବରେ ମୁରିବାହାଲ ବ୍ଲକ ଅଧକ୍ଷ ହରିବନ୍ଧୁ ମେହେର ଯୋଗଦାନ କରି ଆନୁଷ୍ଠାନିକ ଭାବରେ ମେଳାକୁ ଉଦଘାଟନ କରିଥିଲେ।
ସମ୍ମାନିତ ଅତିଥି ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଲା ମାଝୀ, ସ୍ଥାନୀୟ ସରପଞ୍ଚ ବିଶ୍ୱ ବିହାରୀ ଯୋଶୀ, ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ଅନିରୁଦ୍ଧ ବିଶ୍ୱାଳ, ଅତିରିକ୍ତ ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରକାଶ କୁମାର ନାୟକ, ଉପଖଣ୍ଡ ପ୍ରାଣୀ ଚିକିତ୍ସାଅଧିକାରୀ ଡାକ୍ତର ଶୁଭେନ୍ଦୁ ସୁଦ୍ଧା ଷଡ଼ଙ୍ଗୀ, , ବଙ୍ଗୋମୁଣ୍ଡା ସହକାରୀ ମତ୍ସ୍ୟ ଅଧିକାରୀ ଆଲୋକ କୁମାର ଜେନା ପ୍ରମୁଖ ଯୋଗଦେଇ ଚାଷି ମାନଙ୍କ ଦ୍ବାରା ପ୍ରଦର୍ଶିତ ଷ୍ଟଲ ଗୁଡ଼ିକ ପରିଦର୍ଶନ କରିବା ସହ ଚାଷି ମାନଙ୍କୁ ଉନ୍ନତ ମାନର ଚାଷ କରି କିପରି ଅଧିକ ଅର୍ଥ ଉପାର୍ଜନ କରିହେବ ସେନେଇ ଆଲୋକପାତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ମତ୍ସ୍ୟ ଚାଷୀ, ପ୍ରାଣୀ ପାଳକ ଓ ଅନ୍ୟ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସଫଳ ଚାଷୀ ଭାବେ ବ୍ଲକର ତୁଳସୀ ସ୍ଵୟଂ ସହାୟକ ଗୋଷ୍ଠୀ ବ୍ରାହ୍ମଣୀ, ମାଁ ସରସ୍ବତୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଗୋପାଳକ ସତ୍ୟବାନ ନାଗ , ମତ୍ସ୍ୟ ଚାଷୀ ଧନଞ୍ଜୟ ଭୋଇ, ରାଜୀବ କୁମାର ମହାନ୍ତି, କୁକୁଡ଼ା ଚାଷି ଧନ ଦେଇ ଭୋଇ, କୁନ୍ତୀ ପଧାନ, ତଥା ମତ୍ସ୍ୟ ଚାଷୀ ଅମୃତ ମହାକୁର, ଛେଳି ପାଳନ ପାଇଁ ଦହିତ ରାମ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁରିବାହାଲ ବ୍ଲକ୍ ଅଞ୍ଚଳର ୫ ଶହରୁ ଉର୍ଦ୍ଧ୍ବ ଚାଷି ଯୋଗଦାନ କରିଥିବା ବେଳେ ମୁରିବାହାଲ ପ୍ରାଣୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

