Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Odisha Districts News

ବଡ଼ମ୍ବା କାନାରା ବ୍ୟାଙ୍କ ନିଖୋଜ ବ୍ୟାଙ୍କ ମ୍ୟାନେଜର ଗିରିସୋଲା ରାସ୍ତା ରୁ ଉଦ୍ଧାର।

ଗୋପାଳପୁର,୨୭/୦୯ କଟକ ଜିଲ୍ଲା ବୈଦେଶ୍ବର ଥାନା ଅନ୍ତର୍ଗତ ବଡମ୍ବା ଠାରେ ଥିବା କାନାରା ବ୍ୟାଙ୍କ ର‌ ମ୍ୟାନେଜର ଗତ ୨୫...

କଳାହାଣ୍ଡିକୁ ୟେଲୋ ୱାର୍ଣ୍ଣିଂ ; ୨୮ରୁ ୨ ତାରିଖ ଯାଏଁ ବିଜୁଳି, ଘଡ଼ଘଡ଼ି ଓ ବର୍ଷା ସମ୍ଭାବନା

କଳାହାଣ୍ଡି,୨୭/୦୯-ଆସନ୍ତାକାଲି ଅର୍ଥାତ୍ ୨୮ତାରିଖରୁ ଆସନ୍ତା ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧାରୁ ଅଧିକାଂଶ ଜିଲ୍ଲାରେ ଘଡଘଡି ସହିତ ପ୍ରବଳ...

ସମ୍ବଲପୁର ବିଜେଡି ପୁନଃର୍ଗଠିତ, ଟିମରେ ୮୨

ସମ୍ବଲପୁର : ବିଜୁ ଜନତା ଦଳର ଜିଲ୍ଲା ସଭାପତି ଭାବେ ଇଂ.ରୋହୀତ ପୂଝାରୀ ନିଯୁକ୍ତି ହେବାର ଗୋଟିଏ ଦିନରେ ଜିଲ୍ଲା...

ଲକ୍ଷ୍ମୀପୁର ରେ ବ୍ଲକ ସ୍ତରୀୟ କ୍ରୀଡା ଚୟନ ପ୍ରତିଯୋଗିତା..

ଲକ୍ଷ୍ମୀପୁର ୨୭.୦୯ .. ଲକ୍ଷ୍ମୀପୂର ସାଙ୍ଗାନା ଉଚ୍ଚ ବିଦ୍ୟାଳୟ  ବ୍ଲକ୍ ସ୍ତରୀୟ କ୍ରୀଡା ଚୟନ ପ୍ରତିଯୋଗିତା ୨ ଦିନ ଧରି...

ଲକ୍ଷ୍ମୀପୁର ମହାବିଦ୍ୟାଳୟ ରେ ଓରିଏନଣ୍ଟେସନ କାର୍ଯ୍ୟକ୍ରମ

ଲକ୍ଷ୍ମୀପୁର ୨୭.୦୯ ..ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ତିନି ବିଭାଗର ଜାତୀୟ ସେବା ଯୋଜନା ୟୁନିଟ୍ ତରଫରୁ ସ୍ଵେଚ୍ଛାସେବୀ ମାନଙ୍କ ପାଇଁ...

ଶିକ୍ଷା ଓ ଶୈକ୍ଷିକ ବାତାବରଣ ତିଆରି ବିଦ୍ୟାଳୟ ପାଇଁ ସଫଳ ପ୍ରୟାସ : ବାଣୀପଙ୍ଗା ଓ ମଧୁପୁରରେ ସହଭାଗୀ ରୂପେ ପିତାମାତା କାର୍ଯ୍ୟକ୍ରମ ଅନୁଷ୍ଠିତ

କଳାହାଣ୍ଡି,୨୭/୦୯-ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ମାତାପିତାଙ୍କୁ ଗୋଟିଏ ଡୋରୀରେ ବାନ୍ଧି ରଖିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ସହଭାଗୀ...

ଦିଲ୍ଲୀ ଭାରତ ମଣ୍ଡପମରେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଏକ) : କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଆର ଆଇ ଏସ ନୂଆ ଦିଲ୍ଲୀ ଦ୍ଵାରା ଆମନ୍ତ୍ରିତ ହୋଇ...

ଅଇଁଲାଛାଟ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଅଇଁଲାଛାଟ ଠାରେ ଚଳିତ ବର୍ଷ ହେବାକୁ ଯାଉଥିବା ଗଜଲକ୍ଷ୍ମୀ ପୂଜା...

ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି ସଂଗଠନର ସାମାଜିକ ସୁରକ୍ଷା ଭତ୍ତା ୨୫୦୦ଟଙ୍କା ଦାବି

ଭବାନୀପାଟଣା, ୨୭/୦୯ (ଜଗନ୍ନାଥ ନାଇଲ) : “ମୁଇଁ କଲାହାଣ୍ଡିଆ ଫର୍ କଳାହାଣ୍ଡି” ସଂଗଠନ ତରଫରୁ ଭବାନୀପାଟଣା ସହର ୱାର୍ଡ ନଂ-...

ସିଣ୍ଢୋଲ ରେ ଦୂର୍ଗା ପୂଜା ପାଇଁ ଶୁଭସ୍ତମ୍ଭ ସ୍ଥାପିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ସିଣ୍ଢୋଲ ଠାରେ ବୁଧବାର ସାର୍ବଜନୀନ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି...

ରାୟଗଡ଼ ଓଏଲଏମର ବିପିଏମଙ୍କୁ ପ୍ରଶାସନ ବଦଳି କରିବା ପରେ ଗଜପତି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ସାମ୍ବାଦିକଙ୍କ ଧାରଣା ପ୍ରତ୍ୟାହୃତ ପାରଳାଖେମୁଣ୍ଡି:୨୭/୯(, ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା ଉଦେଶ୍ୟ ମୂଳକ ଭାବେ କରାଯାଇଥିଲା. ଏହି ଘଟଣାରେ ଗଜପତି ଜିଲ୍ଲାର ସାମ୍ବାଦିକମାନେ ରାୟଗଡ ଓଡିଶା ଜୀବିକା ମିଶନର ବିପିଏମକୁ ତୁରନ୍ତ ବଦଳି ସହ ୬ ଦଫା ଦାବି ନେଇ ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଧରିଷ୍ଟ କାଳ ପାଇଁ ଧାରଣା ଆରମ୍ଭ କରିଥିଲେ. ଏହି ଧାରଣା ଗତକାଲି ୩ୟ ଦିନରେ ପହଞ୍ଚି ଥିଲା. ଗତକାଲି ସନ୍ଧ୍ୟାରେ ଗଜପତି ପ୍ରଶାସନ ସାମ୍ବାଦିକମାନଙ୍କ ଦାବି ଅନୁଯାଇ ରାୟଗଡ଼ ବ୍ଲକ ଓଡିଶା ଜୀବିକା ମିଶନର ବିପିଏମଙ୍କୁ ବଦଳି କରିଥିବା ନିଷ୍ପତ୍ତି ନେବା ସହ ଧାରଣା ପ୍ରତ୍ୟାହୃତ ପାଇଁ କହିଥିଲେ. ଏଥିରେ ସାମ୍ବାଦିକମାନେ ଗଜପତି ପ୍ରଶାସନ ସହିତ ଏକମତ ହୋଇ ଗତକାଲି ରାତିଠାରୁ ଧାରଣାକୁ ପ୍ରତ୍ୟାହୃତ କରିଥିଲେ. ଗଜପତି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ଗରୁଡ଼ ଧୌଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଡିଜେନ ପଢି, ପ୍ରଦୀପ ନାୟକ, ରଶ୍ମି ରଞ୍ଜନ ମିଶ୍ର, ସରୋଜ ବୀର, ସନ୍ତୋଷ ପଟ୍ଟନାୟକ, ଦିଲ୍ଲୀପ ଶତପଥି, ବିଜୟ କୁମାର ଗୌଡ଼, ଗଣେଶ ରାଜୁ ପ୍ରମୁଖ ସାମ୍ବାଦିକ କହିଛନ୍ତି ରାୟଗଡ ବ୍ଲକ ଜୀବିକା ମିଶନର ହିତାଧିକାରୀଙ୍କୁ ଛେଳି ଯୋଗାଣରେ ଅନିୟମିତତା ଓ ଦୁର୍ନୀତିକୁ ନେଇ ରାୟଗଡ ବ୍ଲକର ସାମ୍ବାଦିକମାନେ ଖବର ପ୍ରକାଶନ କରିବାରୁ ସମ୍ପୃକ୍ତ ଅଧିକାରିଣୀ ଏଥିରେ ଉତକ୍ଷେପିତ ହୋଇ ସାମ୍ବାଦିକମାନଙ୍କ କଣ୍ଠରୋଧ ପାଇଁ ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା କେଶ ରୁଜୁ କରିଥିଲେ. ଏହି ଘଟଣାକୁ ନେଇ ଗଜପତି ଜିଲ୍ଲାର ସାମ୍ୱାଦିକମାନଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ଘଟଣାକୁ ନିନ୍ଦା କରାଯାଇ ଦୁର୍ନୀତିଗ୍ରସ୍ତ ଅଧିକାରିଣୀଙ୍କୁ ବିହିତ କାଯ୍ୟନୁଷ୍ଠାନ ପାଇଁ ଦାବି କରି ୬ ଦଫା ନେଇ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲା ପ୍ରଶାସନଙ୍କୁ ଗତ ରବିବାର ଦିନ ପ୍ରଦାନ କରି ଗତ ସୋମବାର ଠାରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆ ଯାଇଥିଲା. ଧାରଣାର 3 ୟ ଦିନ ମଙ୍ଗଳବାର ସନ୍ଧ୍ୟାରେ ସାମ୍ବାଦିକ ମାନଙ୍କ ଦାବି ମୁତାବକ ଗଜପତି ପ୍ରଶାସନ ସମ୍ପୃକ୍ତ ଅଧିକାରିଣୀଙ୍କୁ ରାୟଗଡରୁ ବଦଳି କରାଯାଇଥିବା ଘୋଷଣା କରିବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି. ହେଲେ 6 ଦଫା ଦାବି ହାସଲ ପଯ୍ୟନ୍ତ ସାମ୍ବାଦିକମାନେ ଧାରଣାରୁ ଓହରିଥିଲେ ମଧ୍ୟ ଦାବି ହାସଲ ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଚାଲୁ ରହିବା ନିଷ୍ପତ୍ତି ହୋଇଥିବା ଏହି ସାମ୍ବାଦିକମାନେ ସୂଚନା ଦେଇଛନ୍ତି.

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲା ରାୟଗଡ ବ୍ଲକର ୪ ଜଣ ସାମ୍ବାଦିକଙ୍କ ନାମରେ ରାୟଗଡ ଥାନାରେ ମିଥ୍ୟା ମକଦ୍ଦମା...

କାଶୀନଗର ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ”କାର୍ଯ୍ୟକ୍ରମ ହଜାର ହଜାର କର୍ମୀଙ୍କୁ ଉପସ୍ଥିତ ଥିଲେ।

ପାରଳାଖେମୁଣ୍ଡି:୨୭/୯(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା କାଶୀନଗର ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥି ଏହା...