ତୃତୀୟ ଦିନରେ ମୁରିବାହାଲ ଧନୁଯାତ୍ରା ମହୋତ୍ସବ; ପ୍ରବଳ ଶୀତ ସତ୍ତ୍ଵେ ଜମୁଛି ଜନସାଧାରଣଙ୍କ ଭିଡ଼ ।
ବଲାଙ୍ଗୀର,୧୯/୧୨: ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ୍ ସ୍ତରୀୟ ସପ୍ତମ ବର୍ଷ ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀରେ କଂସଙ୍କ ସ୍ୱର୍ଗପୁର ଆକ୍ରମଣ, ଦେବକୀ ବାସୁଦେବଙ୍କ ଷଡ଼ପୁତ୍ର ନିଧନ ନାଟକ ମଞ୍ଚସ୍ଥ ହୋଇଥିଲା । ଧନୁଯାତ୍ରା କମିଟି ସଭାପତି ତରୁଣ ପୋଢ଼ଙ୍କ ସଭାପତିତ୍ୱରେ ତୃତୀୟ ଦିବସରେ ଚଣାବାହାଲ ସରପଞ୍ଚଙ୍କ ପ୍ରତିନିଧି ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l ସମ୍ମାନିୟ ଅତିଥି ଭାବେ ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ବଡ଼ସାଇମରା ସରପଞ୍ଚ ଶୁକମଣୀ ପୁଟେଲ, ବାନ୍ଦୁପଲା ସରପଞ୍ଚ ପ୍ରିୟବ୍ରତ ପ୍ରଧାନୀ, ଡ଼ଙ୍ଗରପଡା ସରପଞ୍ଚ ରାମଦାସ ମହାକୁର, ଲଖନା ସରପଞ୍ଚ ସଦାନନ୍ଦ ଦୀପ, ରାଜ୍ୟ ସଭାପତି ଓଡିଶା ଡ୍ରାଇଭର ମହାସଂଘ ପ୍ରଶାନ୍ତ ମେଣ୍ଡୁଳି, ମୁରିବାହାଲ ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ତ୍ରିବିକ୍ରମ ସାହୁ, ଗୁଡ଼ିଘାଟ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଭଗତ ନାଗ, ପଙ୍ଗନିଆ ସ୍କୁଲ ପ୍ରଧାନ ଶିକ୍ଷକ ତରୁଣ ସିଂ ଦୀପ, ବ୍ୟବସାୟୀ ଦିଲିପ ଦାସ, ଟିଟିଲାଗଡ଼ର ହାସ୍ୟ କଳାକାର ଏଡ଼ି ବାବା, ରାଜ୍ୟ ଅଡିଟର ଓଡିଶା ଡ୍ରାଇଭର ମହାସଂଘ ଘନଶ୍ୟାମ ବେହେରା, ବ୍ୟାଙ୍ଗ କବି ସୁଶୀଲ ଦାସ, ବଲାଙ୍ଗୀର ଜିଲ୍ଲା ସଭାପତି ଓଡିଶା ଡ୍ରାଇଭର ମହାସଂଘ ଇସାକ ସାଗର, ଜିଲ୍ଲା ସମ୍ପାଦକ ଅର୍ଜୁନ ତାର୍ଣ୍ଣ, ଜିଲ୍ଲା ସହ ସମ୍ପାଦକ ସୁମନ୍ତ ପୁଟେଲ ପ୍ରମୁଖ ମଞ୍ଚାସିନ ଥିଲେ | ଏହି ସାତଦିନ ବ୍ୟାପୀ ବିରାଟ ଧନୁଯାତ୍ରା ମହୋତ୍ସବରେ ମୁରିବାହାଲ ଗ୍ରାମ ମଥୁରା ନଗରୀ ଓ ପାଖ ବନବାହାଲ ଗ୍ରାମ ଗୋପପୁର ପାଲଟିଛି ।ପ୍ରତ୍ୟେକ ଦିନ ଏଥିରେ ଅଞ୍ଚଳର ବିଭିନ୍ନ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧନା କରାଯାଉଛି । ଆୟୋଜକ କମିଟି ପକ୍ଷରୁ ଏହି ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ, ମୀନା ବଜାର ଏବଂ ଅପେରା ଯାତ୍ରା ଦରବାରର ଆୟୋଜନ କରା ଯାଇଛି । ଦର୍ଶକମାନେ ସୁବିଧାରେ ଧନୁଯାତ୍ରା ଦେଖିବା ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ଏହି ମହୋତ୍ସବରେ ମହାରାଜ କଂସ ଭୂମିକାରେ ଲାଠୋରର ଆର୍ତ୍ତତ୍ରାଣ ସୁନାନୀ ଓ ତାଙ୍କ ସାଥୀ ବିଭିନ୍ନ ଭୂମିକାରେ ଅଭିନୟ କରୁଛନ୍ତି । ଧନୁଯାତ୍ରା ମହୋତ୍ସବ କମିଟିର କାର୍ଯ୍ଯକାରି ସଭାପତି ରାଜିବ କୁମାର ମହାନ୍ତି, ସୁଦାମ ଚରଣ ବଘାର ,ରମେଶ ନାଗ, ପ୍ରଫୁଲ୍ଲ ବଘାର, ସୁଦାମ ସାହୁ, ତରଣିସେନ ମେହେର ଉପସଭାପତି ଲକ୍ଷ୍ମୀକାନ୍ତ ଧରୁଆ, ସୁବ୍ରତ ମହାକୁର, ବିଶ୍ବବିହାରୀ ଯୋଷୀ, ନାରାୟଣ ସାହୁ, ଦିବ୍ୟ ସୁନ୍ଦର ସାହୁ, ଶ୍ୟାମସୁନ୍ଦର ଝଙ୍କାର ,ରମାରଞ୍ଜନ ପାତ୍ର ସାଧାରଣ ସମ୍ପାଦକ ଦୁର୍ଗାନନ୍ଦ ମହାକୁର ସହ ସମ୍ପାଦକ ପ୍ରେମାନନ୍ଦ ମାଝୀ, ଦନାର୍ଦ୍ଦନ ବଗର୍ତ୍ତି, ସୁଜିତ ରଞ୍ଜନ ପାଢ଼ୀ, ଅଭିଳାଷ ବଘାର କୋଷାଧ୍ୟକ୍ଷ ଭରତ ଦାସ, ପଦ୍ମଲୋଚନ ସାହୁ ସଂଯୋଜକ ସୁଧାଂଶୁ ପୋଡ଼ ଯାଦବ, ଉଦିତ କଟା, ବିକି ମହାରଣା, ଲିଲୁ ମୋହନ ପଧାନ ସାଂସ୍କୃତିକ ସମ୍ପାଦକ ପ୍ରମୁଖ ସୁଦର୍ଶନ ଦୀପ, ଖଗେଶ୍ୱର ସାହୁ, ଯଦୁ ସାହୁ ସହ ପ୍ରଚାର ପ୍ରସାର କମିଟିର ମନୋଜ କୁମାର କର, ଅମରେଶ ମାଝୀ, ଗିରିଧାରୀ ସାହୁ, ତୁଳସୀ ଭୋଇଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି । ତୃତୀୟ ରଜନୀରେ ଆୟୋଜକ କମିଟିର ସୁରେଶ କୁମାର ଶର୍ମା ମଞ୍ଚ ପରିଚାଳନା କରିଥିବା ବେଳେ ନାରାୟଣ ସାହୁ ଧନ୍ୟବାଦ୍ ଦେଇଥିଲେ ।

