Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଘୁନାଥ ଉଚ୍ଚ ବିଦ୍ୟାଳୟରେ ସମ୍ବର୍ଦ୍ଧନା ସମାରୋହ

ଯାଜପୁର: ଦଶରଥପୁର ବ୍ଲକର ଦାମୋଦରପୁର ସ୍ଥିତ ରଘୁନାଥ ଉଚ୍ଚ ବିଦ୍ୟାଳୟରେ 2018 ଠାରୁ 2023 ପର୍ଯ୍ୟନ୍ତ ମ୍ୟାଟ୍ରିକ ବୋର୍ଡ ପରୀକ୍ଷାରେ କୃତୀ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଗୁରୁବାର ଏକ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି| ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ସନାତନ ତ୍ରିପାଠୀ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଦଶରଥପୁର ବ୍ଲକର ବିଇଓ ଅନ୍ନଦା ପ୍ରସାଦ ରଣା, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶିଶିର ଶତପଥୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ କୃତିବାସ ସାହ, ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ଶିକ୍ଷକ ସାରଦାକାନ୍ତ ମହାପାତ୍ର,ବରିଷ୍ଠ ନେତା ନବ କିଶୋର ବେହେରା, କନିକାପଡା ସରପଞ୍ଚ ପ୍ରଦୀପ ଯେନା ପ୍ରମୁଖ ଯୋଗ ଦେଇଥିଲେ| 2018 ମସିହା ମ୍ୟାଟ୍ରିକ ବ୍ୟାଚ ଠାରୁ ଚଳିତ ବର୍ଷ ପର୍ଯ୍ୟନ୍ତ 90 ପ୍ରତିଶତ ମାର୍କ ରଖିଥିବା 9 ଜଣ ଛାତ୍ରଛାତ୍ରୀଙ୍କୁ ଏହି ସଭାରେ ଉପଢୌକନ, ଫୁଲତୋଡ଼ା ଏବଂ ମାନପତ୍ର ଆଦି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି| ପ୍ରକାଶ ଥାଉ କି ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ଏହି ବିଦ୍ୟାଳୟର ଦୁଇ ଛାତ୍ରୀ 90 ରୁ ଉର୍ଦ୍ଧ ପ୍ରତିଶତ ମାର୍କ ରଖି ‘ଏ’ ଗ୍ରେଡ଼ ହାସଲ କରିଛନ୍ତି| ସମଗ୍ର ଦଶରଥପୁର ବ୍ଲକରେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ରତିବର୍ଷ ବିଦ୍ୟାଳୟର ଗୌରବ ବଜାୟ ରଖି ଆସୁଥିବାରୁ ବିଦ୍ୟାଳୟ ପରିଚାଳନା କମିଟି ମୁଖ୍ୟ ତଥା ସମାଜସେବୀ ଜଗଦୀଶ ଶଙ୍କର ସାହୁ ସେମାନଙ୍କୁ କୃତଜ୍ଞତା ଜଣାଇ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ