ବରୁଣେଶ୍ୱର ପୀଠରେ ଶିବ ବିବାହ ଉତ୍ସବ ଅନୁଷ୍ଠିତ


ଯାଜପୁର: ଶେଷହେଲା ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା । ଯାଜପୁରର ପ୍ରସିଦ୍ଧ ଶୈବ ପୀଠ ବରୁଣେଶ୍ୱର ମନ୍ଦିରରେ ଶିବ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପାରମ୍ପରିକ ରୀତିରେ ଏହି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ଜିତେନ୍ଦ୍ର ପ୍ରଧାନ କନ୍ୟାପିତା ହୋଇଥିବା ବେଳେ ଗୋବିନ୍ଦ ଚନ୍ଦ୍ର ପରିଡା ବରପିତା ଭାବେ ଏହି ବିବାହ କାର୍ଯ୍ୟ ସଂଚାଳନ କରିଥିଲେ । ବରୁଣେଶ୍ୱର ପୀଠରେ ମହାଦେବଙ୍କୁ ଦର୍ଶନ କରିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ପାରମ୍ପାରିକ ନିତି ଆନୁସାରେ ଏହି ଶିବ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ବାଦ୍ୟ, ରୋଷଣୀ, ଘଂଟ ଘଣ୍ଟାରେ ପରିବେଶ ପକମ୍ପିତ ହୋଇଊଠିଥିଲା । ରାଜସ୍ୱ ମନ୍ତ୍ରୀ ତଥା ବିଞ୍ଝାରପୁର ବିଧାୟୀକା ପ୍ରମିଳା ମଲିକ ମଧ୍ୟ ବାବା ବରୁଣେଶ୍ୱରଙ୍କ ଦର୍ଶନ କରି ଆଶିଷ କାମନା କରିବା ସହ ବରଯାତ୍ରୀ ଯୋଗ ଦେଇ ବିବାହ ଉତ୍ସବରେ ସାମିଲ ହୋଇଥିଲେ|