Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉପାନ୍ତ ଜଙ୍ଗଲରେ ହେଉଛି ମଦ ପ୍ରସ୍ତୁତ; ବ୍ୟାପକ ମଦ,ମହୁଲ ପୋଚ ନଷ୍ଟ କଲା ପୁଲିସ୍

ବୀରମହାରାଜାପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଠେଙ୍ଗୋ ଡ୍ୟାମ ପୋଲିସ ବ୍ୟାପକ ମଦ ପୋଚ,ମଦ ଜବତ କରିବା ସହିତ ମଦ ପ୍ରସ୍ତୁତି ସାମଗ୍ରୀ କୁ ଜବତ କରିଛି। ମଦ ପୋଚ କୁ ନଷ୍ଟ କରିଦେବା ସହିତ ମଦ ପ୍ରସ୍ତୁତ ହେଉଥିବା ଚୁଲା କୁ ଭାଙ୍ଗି ଦେଇଛି। ଉପାନ୍ତ ଦୁର୍ଜନତୈଲା ପଞ୍ଚାୟତ ଓ କୋଟସମଲାଇ ପଞ୍ଚାୟତର ବିଭିନ୍ନ ଗ୍ରାମର ଜଙ୍ଗଲରେ ଦେଶିମଦ ପ୍ରସ୍ତୁତି କରି ପ୍ରସ୍ତୁତ ମଦକୁ ବାହାରକୁ ରପ୍ତାନି କରାଯାଉଥିବା ଓ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା। ଶୁକ୍ରବାର ପୋଲିସ କୋଟସମଲାଇ ପଞ୍ଚାୟତର ସୁନାପାଲି, ଖଜୁରିଆପାଲି ସହିତ ଦୁର୍ଜନତୈଲା ପଞ୍ଚାୟତର ସାଗଯୋରୀ ଗ୍ରାମର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ଚଢାଉ ବେଳେ ସେଠାରେ ମଦ ପ୍ରସ୍ତୁତି ପାଇଁ ଚୁଲା ରେ ଡେକଚି , ଡ୍ରମ ଆଦି ଜବତ ହୋଇଛି। ପ୍ରାୟ ୩୦ଲିଟର ରୁ ଅଧିକ ମଦ ଜବତ ହୋଇଛି। ମାତ୍ର ଚଢାଉ ବେଳେ ମଦ ମାଫିଆମାନେ ନ ଥିବାରୁ କାହାକୁ ଗିରଫ କରାଯାଇ ନାହିଁ। ଠେଙ୍ଗୋ ଡ୍ୟାମ ଫାଣ୍ଡି ଅଧିକାରୀ ଅରକ୍ଷିତ ମାଝୀ ଙ୍କ ନେତୃତ୍ବରେ ହୋଇଥିବା ଚଢାଉରେ ଗୃହରକ୍ଷୀ ଦିନବନ୍ଧୁ ସାହୁ, କୃଷ୍ଣଚନ୍ଦ୍ର ଖେତୀ ପ୍ରମୁଖ ସାମିଲ ଥିଲେ।