Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧାରୁଆ ଅସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା ଓ ସୁନା

ଯାଜପୁର: ଧାରୁଆ ଅସ୍ତ୍ର ଦେଖେଇ ଲୁଟିନେଲେ ଟଙ୍କା ଓ ସୁନା ଅଳଙ୍କାରl ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ପଂଚାୟତ ମେହବୁବୁ ମହଲ୍ଲା ଗ୍ରାମରେ ବଢି ଭୋର ସମୟରେ ଏଭଳି ଚୋରି ହୋଇଛି| ଗାଁର ମଗଫୁର ଅଲି ଖାଁଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଲକ୍ଷାଧିକ ଟଙ୍କା ଏବଂ ଶୋଇଥିବା ତାଙ୍କ ପତ୍ନୀଙ୍କୁ ଧାରୁଆ ଅସ୍ତ୍ର ଦେଖାଇ ବେକରେ ଥିବା ସୁନା ଚେନକୁ ଲୁଟ କରି ନେଇଛନ୍ତି। ଏ ନେଇ ବିଂଝାରପୁର ଥାନାରେ ଏକ ଲିଖିତ ଅଭିଯୋଗ ପରେ ବିଂଝାରପୁର ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛିl ପୂର୍ବରୁ ଏହି ଅଂଚଳରେ ଅନେକ ଲୁଟ ଘଟଣା ସାମ୍ନାକୁ ଆସିଛିl ତେଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ସାଧାରଣରେ ଦାବୀ ହୋଇଛି|

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ