ସମ୍ବଲପୁର : ଗାଁ ରେ ବୁଲୁଛନ୍ତି ବଣୁଆ ହାତୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେବି ଘଟଣା ସତ । ପଡିଆବାହାଲ ଫରେଷ୍ଟ ରେଞ୍ଚର ଏା ବର୍ଷାଧିକ କାଳ ଘଟଣା । କିନ୍ତୁ କୌଣସି ଆଖି ଦୃଶିଆ କାମ ବିଭାଗ ନେଉନଥିବାରୁ ଧନ ଜୀବନ ନଷ୍ଟ ହେବାର ବହୁ ଉଦାହରଣ ରହିଥିଲେବି ବିଭାଗ କାହିଁକି ନୀରବଦ୍ରଷ୍ଟା ସାଜିଛି ତାହା ଆଶ୍ଚର୍ଯ୍ୟର ବିଷୟ ହୋଇଛି । ବାହାମ ,ବଡତୁରାଙ୍ଗ ଓ ମାଲିମୁଣ୍ଡାରେ ହାତୀ ଘର କରି ରହିଲେଣି । ଏହି ସବୁ ଗ୍ରାମରେ ହାତୀଙ୍କ ଏବେ ଚଲାପଥ ହୋଇଛି । ୨ ଦିନ ତଳେ ବଡତୁରାଙ୍ଗ ଗାଁ ଭିତରେ ହାତୀ ବୁଲୁଥିବା ବେଳେ ଗତକାଲି ପୁଣି ନୂଆଁବରଙ୍ଗାମାଲ ପଞ୍ଚାୟତର ବଲଣ୍ଡା ଗ୍ରାମ ଭିତରେ ଏହି ହାତୀ ବୁଲୁଛି । ଏହି ଦନ୍ତା ହାତୀକୁ ଘଉଡାଇଲେ ମଧ୍ୟ ସେ ନିର୍ଭୟରେ ବୁଲୁଛି। ସପ୍ତାହେ ତଳେ ଏହି ହାତୀ ଆକ୍ରମଣେ ବଲଣ୍ଡା ଗ୍ରାମରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।
ଗାଁରେ ବୁଲୁଛି ବଣୁଆ ହାତୀ
