Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶ୍ରୀମୟୀ ମିଶ୍ରଙ୍କର ଫେସବୁକ୍ ପୋଷ୍ଟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଇଚଇ

ବଲାଙ୍ଗୀର,୨୪।୫: ଓଡ଼ିଶା ରାଜନୀତିରେ ପୁଣି ଏକ ବଡ଼ ଧରଣର ଓଲଟପାଲଟ ହେବାର ସଙ୍କେତ ମିଳିଛି। ବିଜେଡିର ପୂର୍ବତନ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କର ଏକ ସୋସିଆଲ ମିଡିଆ ପୋଷ୍ଟ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛି। ଶ୍ରୀମୟୀ ନିଜ ପୋଷ୍ଟରେ ଲେଖିଛନ୍ତି, “ଫେରିଆସ… ଫେରିଆସ… ପ୍ରଚାର ପଡ଼ିଲା ଭାରି, ପୁଣି ଗୋଟେ ୱିକେଟ ପଡ଼ିବ, ଛାମୁ ହୁଅ ହୁସିଆରି।”
ଶ୍ରୀମୟୀ ମିଶ୍ରଙ୍କର ଏହି ‘ୱିକେଟ ପଡ଼ିବା’ କଥାଟି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାକୁ ନେଇ ବିଭିନ୍ନ ମହଲରେ ଅନେକ ଅର୍ଥ ବାହାର କରାଯାଉଛି।
ଚର୍ଚ୍ଚା ହେଉଛି ଯେ, ଉପକୂଳ ଓଡ଼ିଶାରୁ ବିଜେଡିର ଜଣେ ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ଦଳ ଛାଡ଼ି ପାରନ୍ତି। ଏହି ବରିଷ୍ଠ ନେତାଙ୍କୁ ଉଦ୍ଦେଶ୍ୟ କରି ଶ୍ରୀମୟୀ ଏଭଳି ପୋଷ୍ଟ କରିଥିବା କୁହାଯାଉଛି।
ପୋଷ୍ଟରେ ବାରମ୍ବାର ‘ଛାମୁ’ ଶବ୍ଦର ବ୍ୟବହାର ଏବଂ ‘ହୁସିଆର’ ରହିବାକୁ ଦିଆଯାଇଥିବା ଚେତାବନୀ ଦର୍ଶାଉଛି ଯେ, ବିଜେଡି ଶିବିରରେ ସବୁକିଛି ଠିକ୍ ଚାଲିନାହିଁ।
ସାଧାରଣ ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ଏହି ଧରଣର ପୋଷ୍ଟ ଦଳର ଆଭ୍ୟନ୍ତରୀଣ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଯଦି ଶ୍ରୀମୟୀଙ୍କ ଆକଳନ ସତ ହୁଏ, ତେବେ ନିର୍ବାଚନ ପୂର୍ବରୁ ବିଜେଡି ପାଇଁ ଏହା ଏକ ବଡ଼ ଝଟକା ସାବ୍ୟସ୍ତ ହୋଇପାରେ। ବିଶେଷ କରି ଉପକୂଳ ଓଡ଼ିଶାରେ ଦଳର ସଂଗଠନ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା କରାଯାଉଛି। ତେବେ ସେହି ‘ହେଭିୱେଟ୍’ ନେତା ଜଣକ କିଏ ? ସେ କେବେ ଦଳ ଛାଡ଼ୁଛନ୍ତି ? ତାହା ଉପରେ ଏବେ ସମସ୍ତଙ୍କ ନଜର ।
ତେବେ ରାଜ୍ୟ ରାଜନୀତିର ଏହି ଗୋଟି ଚାଳନା ଆଗକୁ କେଉଁ ମୋଡ଼ ନେଉଛି, ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories