Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କ୍ରସର ଯୋଗୁଁ ରାସ୍ତା ଅବସ୍ଥା ଶୋଚନୀୟ:ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ତିନୋଟି ପଞ୍ଚାୟତର ଜନସାଧରଣ

ସୁବର୍ଣ୍ଣପୁର : ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କଲେ ତିନୋଟି ପଞ୍ଚାୟତର ଜନସାଧାରଣ ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀ, ମରାଡୁଗୋଚ୍ଛା, ସରଗଜ ପ୍ରଭୃତି ତିନୋଟି ପଞ୍ଚାୟତର ଜନସାଧାରଣ ଦୈନନ୍ଦିନ ଯାତାୟାତ କରୁଥିବା ତରଭା ପର୍ଯ୍ୟନ୍ତ ଆସିଥିବା ମୁଖ୍ୟ ରାସ୍ତା ଦିନକୁଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି l ଦୈନିକ ଏହି ରାସ୍ତା ଦେଇ ତିନୋଟି କ୍ରସରର ଶତାଧିକ ହାଇୱା ଭାରୀଯାନରେ ମେଟାଲ, ଚିପ୍ସ ଓ ପଥର ଗୁଣ୍ଡ ପରିବହନ କରାଯାଉଥିବା ଯୋଗୁଁ ସମସ୍ତ ରାସ୍ତା ବିପର୍ଯ୍ୟସ୍ତ ହୋଉ ଖାଲ ଖମାରରେ ପରିପୂର୍ଣ ହେବା ତଥା ପଥର ଗୁଣ୍ଡ ଏଣେତେଣେ ପଡୁଥିବା ଯୋଗୁଁ ବିଭିନ୍ନ ସମୟରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଥିବା ଦେଖିବାକୁ ମିଳୁଛି।ପଥର ଗୁଣ୍ଡ ଯୋଗୁଁ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି l କ୍ରସର ମାଲିକ ମାନେ ବ୍ୟବହାର କରୁଥିବା ରାସ୍ତାରେ ପାଣି ସିଞ୍ଚନ କରିବାକୁ ନିୟମ ଥିଲେ ମଧ୍ୟ ଏହାକୁ ଉପେକ୍ଷା କରୁଛନ୍ତି।ଏ ସମ୍ବନ୍ଧରେ ବିଭିନ୍ନ ସମୟରେ ଜନସାଧାରଣଙ୍କ ତରଫରୁ ଯେତେ ଅଭିଯୋଗ କରାଯାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଜଣାଯାଇଛି l ଏ ନେଇ ଉପରୋକ୍ତ ତିନି ପଞ୍ଚାୟତର ଶତାଧିକ ଜନସାଧାରଣଙ୍କ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ତରଭା ତହସିଲଦାରଙ୍କ ଜରିଆରେ ବିଡିଓ ଏବଂ ଜିଲ୍ଲପାଳଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି l ଏହି ଦାବିପତ୍ର ପ୍ରତି ପ୍ରଶାସନ କର୍ଣ୍ଣପାତ ନକଲେ ଆଗାମୀ ଦିନରେ ରାସ୍ତା ଅବରୋଧ ସହ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ କୁଶଳେଶ୍ୱର ପାଣ୍ଡେ, ମନମୋହନ ସାହୁ ଓ ନର୍ମଦା ମିଶ୍ରଙ୍କ ସମେତ କାର୍ତିକ ନାଗ, ବସୁ ସାହୁ,ପବିତ୍ର କୁମାର ମିଶ୍ର, ଲଖମନ ସାହୁ, ମହେନ୍ଦ୍ର ସୁନା ପ୍ରମୁଖ ଚେତାବନୀ ଦେଇଛନ୍ତି l ପ୍ରଶାସନ ଏଦିଗରେ ଦୃଷ୍ଟି ଦେବାକୁ ସଚେତନ ମହଲରେ ମତ ପ୍ରକାଶ ପାଉଛି।