Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋ ଲକ୍ଷ୍ମୀ ବସ ଦୁର୍ଘଟଣା, ୨ ଗୁରୁତ୍ତର

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ କୁଚିଣ୍ଡା ଥାନା ଅନ୍ତର୍ଗତ କତରକେଲା ଗ୍ରାମ ବଜାର ଛକ ନିକଟରେ ପ୍ରାୟ ପୂର୍ବାହ୍ନ ୧୧ଟା ସମୟରେ ଏକ ଲକ୍ଷ୍ମୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସରେ ପ୍ରାୟ ୨୦ ଜଣ ଯାତ୍ରୀ ଥିବା କୁହାଯାଉଛି। (ଓଡି ୧୫ ୱଆଇ ୬୩୯୨) ନଂ ଲକ୍ଷ୍ମୀ ବସଟି ଭାରସାମ୍ୟ ହରାଇ ଏକ ଗଛକୁ ଧକ୍କା ଦେଇଥିଲା। ଡ୍ରାଇଭର, କଣ୍ଡକ୍ଟର ସହିତ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ମାନେ ସାମାନ୍ୟ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ଆହତଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସରେ କୁଚିଣ୍ଡା ଡାକ୍ତରଖାନାକୁ ପଠାଇ କୁଚିଣ୍ଡା ପୋଲିସକୁ ଖବର ଦେଇଥିଲେ। ଢୁଡିପାଲି ଗ୍ରାମର ଭବାନୀ ଶଙ୍କର ଷଣ୍ଢ ଗୁରୁତର ହୋଇଛନ୍ତି। ତାଙ୍କର ଅଣ୍ଟା ଓ ମୁଣ୍ଡରେ ଗୁରୁତର ଆଘାତ ଲାଗିଛି। ବସର ଡ୍ରାଇଭର ନରେଶ ଦେହୁରୀ ଓ କଣ୍ଡକ୍ଟର ସମୀର କୁମାର ବେହେରା ସମେତ ଏକାଧିକ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ବସଟି ଜମନକିରାରୁ ଢୁଡିପାଲି ଆସୁଥିବା ବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଯୋଗୁଁ ଫାଶୀମାଲ କୁଚିଣ୍ଡା ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ଠପ ହୋଇଯାଇଥିଲା। କୁଚିଣ୍ଡା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କୁଚିଣ୍ଡା ଆଇଆଇସି ରାଧାକାନ୍ତ ବାରିକ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ