Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଣ୍ଟାବାଞ୍ଜିରେ ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା: ଦୂରଦୃଷ୍ଟିସମ୍ପନ୍ନ ନେତାଙ୍କୁ ମନେ ପକାଇଲେ ବହୁ ବିଶିଷ୍ଟ ବ୍ୟକ୍ତି ।

ବଲାଙ୍ଗୀର,୧୩।୬: କଣ୍ଟାବାଞ୍ଜି ଅଞ୍ଚଳର ବିକାଶର ଅନ୍ୟତମ କର୍ଣ୍ଣଧାର ତଥା ପୂର୍ବତନ ବିଧାୟକ ସ୍ୱର୍ଗୀୟ ଆୟୁବ ଖାନଙ୍କ ସ୍ମୃତିରେ ଶନିବାର ଦିନ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କଣ୍ଟାବାଞ୍ଜି ୱାର୍ଡ ନମ୍ବର ୨ ସ୍ଥିତ ବିଜୁ ଜନତା ଦଳ (ବିଜେଡି) କାର୍ଯ୍ୟାଳୟଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନଗର ସଭାପତି କିଶୋର ମଜଖଣ୍ଡ ସଭାପତିତ୍ୱ କରିଥିଲେ।

କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ୱର୍ଗୀୟ ଆୟୁବ ଖାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହ ଦୀପ ପ୍ରଜ୍ବଳନ କରାଯାଇଥିଲା। ଏହାପରେ ସେହି ମହାନ ପୁଣ୍ୟ ଆତ୍ମାର ସଦ୍‌ଗତି ନିମନ୍ତେ ଉପସ୍ଥିତ ସମସ୍ତ ନେତୃବୃନ୍ଦ ଓ ଜନସାଧାରଣ ୨ ମିନିଟ୍‌ ପାଇଁ ନୀରବ ପ୍ରାର୍ଥନା କରିଥିଲେ।

ସଭାରେ ଉପସ୍ଥିତ ସମସ୍ତ ବକ୍ତା ସ୍ୱର୍ଗୀୟ ଖାନଙ୍କ କାର୍ଯ୍ୟକାଳ ସମୟରେ ଅଞ୍ଚଳର ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟାବଳୀକୁ ମନେପକାଇ ତାଙ୍କର ଭୂରି-ଭୂରି ପ୍ରଶଂସା କରିଥିଲେ। ବକ୍ତାମାନେ କହିଥିଲେ ଯେ, ସେ ଏକ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ ଏବଂ ଅଞ୍ଚଳର ସମସ୍ତ ଜନସାଧାରଣଙ୍କ ହୃଦୟରେ ସେ ଚିରଦିନ ପାଇଁ ସ୍ମୃତି ହୋଇ ରହିବେ।

ଏହି ସ୍ମୃତି ସଭାରେ ବହୁ ପ୍ରମୁଖ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ମଞ୍ଚାସୀନ ଥିଲେ, ସେମାନଙ୍କ ମଧ୍ୟରେ ବଲାଙ୍ଗୀର ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସରୋଜ କୁମାର ମେହେରଙ୍କ ସମେତ ପୂର୍ବତନ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି , ଡାଃ ଅମଜଦ ଖାନ, ବିଜେଡି ରାଜ୍ୟ ଉପସଭାପତି, ମହିଳା ଶାଖା ଗୋପା ମହାନନ୍ଦ, ରାଜ୍ୟ ଯୁବ ସମ୍ପାଦକ ତଥା ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଷୀ, ବରିଷ୍ଠ ନେତା ତଥା ପୂର୍ବତନ ଜିଲ୍ଲା ଉପସଭାପତି ବିଜୟ କୁମାର ବଂଶଲ, ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ଜିଲ୍ଲା ସମ୍ପାଦକ ମନୋରଞ୍ଜନ ଭୋଇ, ତୁରେକେଲା ବ୍ଲକ ସଭାପତି ଖୁସିରାମ ନାଏକ, କଣ୍ଟାବାଞ୍ଜି ପୂର୍ବତନ ନଗର ସଭାପତି ଏସ୍. ଜଗନ୍ନାଥ ରାଓ, ତୁରେକେଲା ବ୍ଲକ ପୂର୍ବତନ ଯୁବ ସଭାପତି ଉତ୍ତର କୁମାର ପନିକା, ବଙ୍ଗୋମୁଣ୍ଡା ବ୍ଳକ ପୂର୍ବତନ ଯୁବ ସଭାପତି ଭକ୍ତବନ୍ଧୁ ବେହେରା, କାଉନସିଲର ସୂର୍ଯ୍ୟପ୍ରତାପ ମିଶ୍ର, ପୂର୍ବତନ କାଉନସିଲର ଶେଖ୍ ଅମଜଦ, ପୂର୍ବତନ ଜିଲ୍ଲା ସମ୍ପାଦକ ସୁଶ୍ରୀ ସିମରନ କୌର୍, ପୂର୍ବତନ କାଉନସିଲର ସସ୍ମିତା ସିଂ, ଚନ୍ଦ୍ରମା ବାଗ, ଓ ଦେବଦତ୍ତ ମଜଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସଂଘର୍ଷ ସମିତି ସଭାପତି ଶେଷଦେବ ପୁଟେଲ, ବରିଷ୍ଠ ବିଜେଡି କାର୍ଯ୍ୟକର୍ତ୍ତା ତଥା ଅଧିବକ୍ତା ସତ୍ୟନାରାୟଣ ରାୟ, ସହଦେବ ନାଗ, ପ୍ରେମ ବାଗ, ଟ୍ରକ ମାଲିକ ସଂଘ ସଭାପତି ପ୍ରଭଜୀତ ସିଂ ସାଲୁଜା ଏବଂ ବରିଷ୍ଠ ନେତା ଶ୍ରୀପତି ସୁନା ମଧ୍ୟ ମଞ୍ଚରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ସଭାରେ ଉନ୍ନି ନାୟର, ଉମେଶ କୁମାର, ବିଶ୍ୱନାଥ ବାଗ, ଯୋହନ ତଣ୍ଟି, ସଞ୍ଜୟ ସୁନା, ଅମନ୍ ସିନ୍ଦୁର, ଭିମରାର ବାଗ, ନିଳକଣ୍ଠ ପାତ୍ର, ଅରଛୃ ଭୋଇ, ଓମ୍ ରାଓ, ସାଧୁରାମ ଜୈନ, ଇନଦର ପାଳ ସିଂ, ଆଦମ ଖାନ, ବାବୁଲିନ ମହାନନ୍ଦ, ଶେଷ ବାରିକଙ୍କ ସମେତ ସ୍ୱର୍ଗୀୟ ଆୟୁବ ଖାନଙ୍କ ଅସଂଖ୍ୟ ସମର୍ଥକ ଓ ସ୍ନେହୀ ଶ୍ରଦ୍ଧାଳୁ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି ଶ୍ରଦ୍ଧାଞ୍ଜଳି ସଭାଟିକୁ ଶୃଙ୍ଖଳିତ ଭାବେ ଆୟୋଜନ ଓ ସଫଳ କରିବାରେ ବିଜୁ ଜନତା ଦଳର ଯୁବ ନେତୃତ୍ୱ ଅବ୍ଦୁଲ ତାହିର ଖାନ, ରାମ ଚନ୍ଦ୍ର ଶବର, ମନୋଜ ଚଣ୍ଡି, ସେଖ ଅନୱର, ମନୋଜ ସାହୁ ଏବଂ ଧିରୂ ସାହୁ ପ୍ରମୁଖ ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories