Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସର୍ପ ଦଂଶନ ନେଲା ଜୀବନ: ସମୟରେ ମିଳିଲାନି ଚିକିତ୍ସା, ପ୍ରଶାସନର ସ୍ୱାସ୍ଥ୍ୟ ସେବା ଉପରେ ଉଠିଲା ପ୍ରଶ୍ନ ।

ବଲାଙ୍ଗୀର,୧୪।୬: ଘର ଛପର ସମୟରେ ସର୍ପ ଦଂଶନର ଶିକାର ହୋଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଠିକ୍ ସମୟରେ ଚିକିତ୍ସା ସୁବିଧା ଓ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନମିଳିବା ଯୋଗୁଁ ଜଣେ ନିରୀହ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ବୁରୋମୁଣ୍ଡା ଗ୍ରାମରେ। ମୃତ ବ୍ୟକ୍ତି ଜଣକ ହେଲେ ସ୍ଥାନୀୟ ରାଧେ ପୁଟେଲ ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ରାଧେ ନିଜ ଘର ଛପର ଛାଉଣୀ କାମ କରୁଥିବା ସମୟରେ ହଠାତ ଏକ ବିଷଧର ସର୍ପ ତାଙ୍କୁ ଦଂଶନ କରିଥିଲା। ସର୍ପ ଦଂଶନ ପରେ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେବା ପାଇଁ ଚେଷ୍ଟା କରିଥିଲେ। ରାଧେ ଜୀବନ ବଞ୍ଚାଇବା ପାଇଁ ଦୀର୍ଘ ସମୟ ଧରି ସଂଘର୍ଷ କରିଥିଲେ ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଠିକ୍ ସମୟରେ ଆମ୍ବୁଲାନ୍ସ କିମ୍ବା ଉପଯୁକ୍ତ ଚିକିତ୍ସା ସୁବିଧା ଉପଲବ୍ଧ ହୋଇପାରିନଥିଲା। ଶେଷରେ ସେ ଜୀବନ ଯୁଦ୍ଧରେ ହାରିଯାଇଥିଲେ।
ରାଧେଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି। ଏହି ଘଟଣା ପୁଣିଥରେ ଗ୍ରାମାଞ୍ଚଳରେ ବିପର୍ଯ୍ୟସ୍ତ ଜରୁରୀ ସ୍ୱାସ୍ଥ୍ୟ ସେବା ଏବଂ ଆମ୍ବୁଲାନ୍ସ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଛି। ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ଦୃଢ଼ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories