Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଗ୍ନୋ ନାମଲେଖା ଓ ପୁନଃ ପଞ୍ଜୀକରଣ ଅବଧି ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର: ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ର ଜୁଲାଇ-୨୦୨୬ ଶିକ୍ଷା ସତ୍ର ପାଇଁ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣର ଶେଷ ତାରିଖ ଚଳିତ ମାସ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତଥା ବିଭିନ୍ନ କାରଣରୁ ପାଠପଢ଼ା ମଝିରେ ଛାଡ଼ିଥିବା ଶିକ୍ଷାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇ ପାରିବେ।
ଇଗ୍ନୋର ବିଭିନ୍ନ ଅଣ୍ଡର ଗ୍ରାଜୁଏଟ (ସ୍ନାତକ), ପୋଷ୍ଟ ଗ୍ରାଜୁଏଟ (ସ୍ନାତକୋତ୍ତର), ପିଜି ଡିପ୍ଲୋମା ଓ ସାର୍ଟିଫିକେଟ୍ କାର୍ଯ୍ୟକ୍ରମରେ ନୂତନ ନାମଲେଖା ଓ ପୁନଃ ପଞ୍ଜୀକରଣ ପ୍ରକ୍ରିୟା ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ବିଶେଷକରି ସ୍ନାତକ ସ୍ତରର କଳା (ସାଧାରଣ), ବିଜ୍ଞାନ (ସାଧାରଣ) ଓ ବାଣିଜ୍ୟ (ସାଧାରଣ) ପାଠ୍ୟକ୍ରମରେ ନାମଲେଖା କରୁଥିବା ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିର ଆବେଦନକାରୀମାନଙ୍କୁ ନାମଲେଖା ଓ ପୁନଃ ପଞ୍ଜୀକରଣ ଦେୟରେ ୫୦ ପ୍ରତିଶତ ରିହାତି ପ୍ରଦାନ କରାଯାଇଛି। ତେବେ ଯେଉଁ ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ସମାନ ପ୍ରକାରର ରିହାତି ପାଉଛନ୍ତି, ସେମାନେ ଇଗ୍ନୋ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ସୁବିଧା ପାଇବାକୁ ଯୋଗ୍ୟ ହେବେ ନାହିଁ।
ନୂତନ ନାମଲେଖା ପାଇଁ https://ignouadmission.samarth.edu.in ଏବଂ ପୁନଃ ପଞ୍ଜୀକରଣ ପାଇଁ https://onlinerr.ignou.ac.in ୱେବସାଇଟ୍‌ରେ ଆବେଦନ କରାଯାଇପାରିବ। ଏଥିସହ ଅଧିକ ସୂଚନା ପାଇଁ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ୱର ସହ rcbhubaneswar@ignou.ac.in ଇ-ମେଲ୍‌ ମାଧ୍ୟମରେ କିମ୍ବା ୦୬୭୪-୨୯୭୧୦୭୧ ଏବଂ ୦୬୭୪-୨୩୦୧୩୪୮ ଦୂରଭାଷ ନମ୍ବରରେ ଯୋଗାଯୋଗ କରାଯାଇପାରିବ ବୋଲି ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ମନୋଜ କୁମାର ଦାଶ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ