Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖେରୱାଲ ସେତୁର ମରାମତି କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ, ପୁରୁଣା ସେତୁରେ ମରାମତି ଚାଲିବ, ନୂତନ ସେତୁ ଦେଇ ଚଳାଚଳ କରିବ ଯାନବାହନ, ୪୫ ରୁ ୬୦ ଦିନ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ, ସହଯୋଗ ପାଇଁ ଜିଲ୍ଲାପାଳଙ୍କ ନିବେଦନ

ଝାରସୁଗୁଡ଼ା, ୭/୮ (ଓଡ଼ିଶା ନ୍ୟୁଜ୍): ସମ୍ବଲପୁର–ରାଉରକେଲା ୪-ଲେନ୍ ବିଶିଷ୍ଟ ରାଜ୍ୟ ରାଜପଥରେ ଅବସ୍ଥିତ ଖେରୱାଲ ପିଏସସି ଆର୍ଚ ସେତୁର ଜରୁରୀ ମରାମତି କାର୍ଯ୍ୟକୁ ଶୀଘ୍ର ସମାପ୍ତ କରିବା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣ ସମ୍ପୃକ୍ତ ଅଧିକାରୀ ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜପଥର ୪-ଲେନିଂ ସମ୍ପ୍ରସାରଣ ସମୟରେ ପୁରୁଣା ପିଏସସି ଆର୍ଚ ସେତୁକୁ ସୁରକ୍ଷିତ ରଖାଯିବା ସହ ସମ୍ବଲପୁର–ରାଉରକେଲା କ୍ୟାରେଜୱେରେ ଏକ ନୂତନ ସେତୁ ନିର୍ମାଣ କରଆ ଯାଇଥିଲା। ଦୀର୍ଘ ବର୍ଷର ବ୍ୟବହାର ଯୋଗୁଁ ପୁରୁଣା ସେତୁର କଂକ୍ରିଟ୍ ୱେୟାରିଂ କୋଟ୍ ଏବଂ ଏକ୍ସପାନ୍ସନ୍ ଜଏଣ୍ଟ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇ ଥିଵା ଯୋଗୁଁ ଏହାର ସୁରକ୍ଷା ଓ ସ୍ଥାୟିତ୍ୱ ଦୃଷ୍ଟିରୁ ବ୍ୟାପକ ମରାମତି କାର୍ଯ୍ୟର ଆବଶ୍ୟକ ହୋଇ ପଡ଼ିଛି।
ମରାମତି କାର୍ଯ୍ୟ ଯୋଗୁଁ ପୁରୁଣା କଂକ୍ରିଟ୍ ସ୍ତର ଓ ଏକ୍ସପାନ୍ସନ୍ ଜଏଣ୍ଟ ଗୁଡ଼ିକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଏହି କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ କରିବା ପାଇଁ ପୁରୁଣା ସେତୁ ଦେଇ ଚଳାଚଳ କରୁଥିବା ସମସ୍ତ ଯାନବାହନକୁ ନିକଟସ୍ଥ ନୂତନ ସେତୁ ଦେଇ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରା ଯାଇଛି। ପାଣିପାଗ ପରିସ୍ଥିତି ଓ କ୍ଷେତ୍ରୀୟ ଆବଶ୍ୟକତାକୁ ବିଚାରକୁ ନେଇ ମରାମତି କାର୍ଯ୍ୟ ଶେଷ ହେବାକୁ ପ୍ରାୟ ୪୫ ରୁ ୬୦ ଦିନ ସମୟ ଲାଗିବ ବୋଲି ପ୍ରଶାସନ ସୂଚନା ଦିଆ ଯାଇଛି। ଏହି ସମୟ ସୀମା ମଧ୍ୟରେ ଜନ ସାଧାରଣ ଓ ଗାଡ଼ି ଚାଳକ ମାନଙ୍କୁ ଧୈର୍ଯ୍ୟର ସହ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ସେହିପରି ସମସ୍ତଙ୍କୁ ନିର୍ଦ୍ଧାରିତ ଟ୍ରାଫିକ୍ ଡାଇଭର୍ସନ୍ ମାର୍ଗ ଅନୁସରଣ କରିବା ସହ ଟ୍ରାଫିକ୍ ପୋଲିସ୍ ଏବଂ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶା ବଳୀକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅପିଲ୍ କରା ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories