ସମ୍ବଲପୁର: ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ଜନ୍ମ ଜୟନ୍ତୀ ଅବସରରେ ସାମ୍ବାଦିକ ଭବନ ରେ “ସମ୍ବଲପୁରୀ ମଚାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମାଁ ସମଲେଇ ଏବଂ ଗୁରୁ ଭଗବାନ ସାହୁଂକର ପ୍ରତିକ୍ରୁତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ବାଲେଶ୍ୱର ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା। ସମ୍ବଲପୁରୀ ଭାଷା ସଂସ୍କୃତି ଏବଂ ନାଟକ ପାଇଁ ସାରା ଜୀବନ ବଲିଦାନ ଉପରେ ମୁଖ୍ଯ ବକ୍ତା ଡ ସତ୍ଯ ନାରାୟଣ ଠାକୁର ଆଲୋଚନା କରିଥିଲେ । ଲୋକ ମହୋତ୍ସବ ର ଆରମ୍ଭ,୧୯୫୦ ମସିହା ଠାରୁ ସମ୍ବଲପୁରୀ ନାଚ କୁ ନାଟକ ମଂଚରେ ପ୍ରଦର୍ଶନ, ବୀର ସୁରେନ୍ଦ୍ର ସାଏଂକର ଜୀବନ ସଂଗ୍ରାମ କୁ ସଂଗ୍ରହ କରିବା ସହ ସମ୍ବଲପୁରୀ ନାଟକରେ ରୁପାନ୍ତରିତ କରି ଲୋକପ୍ରୀୟ କରାଇବା, ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହ ବିଶେଷ କରି ନୁଆଖାଇ କୁ ଗୋଟିଏ ଦିନରେ କରିବା ପାଇଁ ତାଙ୍କର ଉଦ୍ୟମ ବିଷୟ ରେ ଆଲୋଚନା କରାଯାଇଥିଲା।ମୁଖ୍ଯ ଅତିଥି ଡ ପ୍ରମୋଦ ରଥ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ଦିଗରେ ଗୁରୁ ଭଗବାନ ସାହୁଂକର ବଲିଦାନ କୁ ଲୋକଲୋଚନକୁ ଅଣାଯିବା ଜରୁରୀ ବୋଲି କହିଥିଲେ। ଏହାପରେ ଗୁରୁ ଭଗବାନ ସାହୁଂକର ଜନମଦିନ ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ଏବଂ ଆଲୋଚନା ପାଇଁ ସମ୍ବଲପୁରୀ ମଚାନ ଗଠନ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ବଲାଙ୍ଗିର,ବରଗଡ,ଝାରସୁା ଏବଂ ସମ୍ବଲପୁର ଜିଲ୍ଲାର ୪୦ ରୁ ଉର୍ଧ୍ବ କବି ସାହିତ୍ୟକ ସାମିଲ ହୋଇଥିଲେ। ପଶ୍ଚିମାଞ୍ଚଲ ଏକତା ମଂଚ ସମ୍ବଲପୁର ଶାଖା ସଂଯୋଜକ ଲଲିତ ମୋହନ ବେବର୍ତ୍ତାଂକ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ରେ ଆବାହକ ଭବାନୀଶ ଭୋଇ ଗୁରୁ ଭଗବାନ ସାହୁଙ୍କର ଅବଦାନ ବିଷୟ ରେ ଆଲୋକପାତ କରି ତାଙ୍କୁ ଉଚିତ୍ ସମ୍ମାନ ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମ ରେ ଗୁରୁ ଭଗବାନ ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦେବାକୁ ଦାବି କରାଯାଇ ଥିଲା। ଶେଷରେ ସମସ୍ତ ସାହିତ୍ୟକଂକୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା,ମୁଖ୍ଯ ସଂଯୋଜକ ମାନସରଂଜନ ବକ୍ସୀ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ଲଲିତ ବେବର୍ତ୍ତା ଏବଂ ବବଲୁ ବାଗ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଦେବାଶିଷ ବେହେରା, ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ, ସମ୍ବଲପୁରୀ ଭାଷା ସାହିତ୍ୟ ସଂଯୋଜିକା ପଂକଜିନି ମେହେର, ନିଶିକାନ୍ତ ବିଶ୍ବାଳ, ଶଂକର ମେହେର, ଶାନ୍ତାନୁ ପାଢୀ, ରାଜେଶ ବେହେରା, ଦେବୀ ପ୍ରସାଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ଭବାନୀଶ ଭୋଇ
ସମ୍ବଲପୁର:
ଅଗ୍ରଣୀ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ପଶ୍ଚିମାଞ୍ଚଳ ଏକତା ମଂଚ ପକ୍ଷରୁ ସମ୍ବଲପୁରୀ ଭାଷା ଏବଂ ନାଟ୍ୟ ଆନ୍ଦୋଳନର ପୁରୋଧା ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ଜନ୍ମ ଜୟନ୍ତୀ ଅବସରରେ ସାମ୍ବାଦିକ ଭବନ ରେ “ସମ୍ବଲପୁରୀ ମଚାନ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମାଁ ସମଲେଇ ଏବଂ ଗୁରୁ ଭଗବାନ ସାହୁଂକର ପ୍ରତିକ୍ରୁତିରେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ବାଲେଶ୍ୱର ରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଲୋକଙ୍କ ଆତ୍ମା ର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଥିଲା। ସମ୍ବଲପୁରୀ ଭାଷା ସଂସ୍କୃତି ଏବଂ ନାଟକ ପାଇଁ ସାରା ଜୀବନ ବଲିଦାନ ଉପରେ ମୁଖ୍ଯ ବକ୍ତା ଡ ସତ୍ଯ ନାରାୟଣ ଠାକୁର ଆଲୋଚନା କରିଥିଲେ । ଲୋକ ମହୋତ୍ସବ ର ଆରମ୍ଭ,୧୯୫୦ ମସିହା ଠାରୁ ସମ୍ବଲପୁରୀ ନାଚ କୁ ନାଟକ ମଂଚରେ ପ୍ରଦର୍ଶନ, ବୀର ସୁରେନ୍ଦ୍ର ସାଏଂକର ଜୀବନ ସଂଗ୍ରାମ କୁ ସଂଗ୍ରହ କରିବା ସହ ସମ୍ବଲପୁରୀ ନାଟକରେ ରୁପାନ୍ତରିତ କରି ଲୋକପ୍ରୀୟ କରାଇବା, ବିଭିନ୍ନ ସ୍ଥାନରେ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ସହ ବିଶେଷ କରି ନୁଆଖାଇ କୁ ଗୋଟିଏ ଦିନରେ କରିବା ପାଇଁ ତାଙ୍କର ଉଦ୍ୟମ ବିଷୟ ରେ ଆଲୋଚନା କରାଯାଇଥିଲା।ମୁଖ୍ଯ ଅତିଥି ଡ ପ୍ରମୋଦ ରଥ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ଦିଗରେ ଗୁରୁ ଭଗବାନ ସାହୁଂକର ବଲିଦାନ କୁ ଲୋକଲୋଚନକୁ ଅଣାଯିବା ଜରୁରୀ ବୋଲି କହିଥିଲେ। ଏହାପରେ ଗୁରୁ ଭଗବାନ ସାହୁଂକର ଜନମଦିନ ଅବସରରେ ପଶ୍ଚିମାଞ୍ଚଳ ଏକତା ମଂଚ ତରଫରୁ ସମ୍ବଲପୁରୀ ସଂସ୍କୃତି ର ପ୍ରଚାର ଏବଂ ଆଲୋଚନା ପାଇଁ ସମ୍ବଲପୁରୀ ମଚାନ ଗଠନ କରାଯାଇ ଥିଲା। କାର୍ଯ୍ୟକ୍ରମ ରେ ବଲାଙ୍ଗିର,ବରଗଡ,ଝାରସୁା ଏବଂ ସମ୍ବଲପୁର ଜିଲ୍ଲାର ୪୦ ରୁ ଉର୍ଧ୍ବ କବି ସାହିତ୍ୟକ ସାମିଲ ହୋଇଥିଲେ। ପଶ୍ଚିମାଞ୍ଚଲ ଏକତା ମଂଚ ସମ୍ବଲପୁର ଶାଖା ସଂଯୋଜକ ଲଲିତ ମୋହନ ବେବର୍ତ୍ତାଂକ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ରେ ଆବାହକ ଭବାନୀଶ ଭୋଇ ଗୁରୁ ଭଗବାନ ସାହୁଙ୍କର ଅବଦାନ ବିଷୟ ରେ ଆଲୋକପାତ କରି ତାଙ୍କୁ ଉଚିତ୍ ସମ୍ମାନ ପାଇଁ ପ୍ରସ୍ତାବ ଦେଇଥିଲେ। କାର୍ଯ୍ୟକ୍ରମ ରେ ଗୁରୁ ଭଗବାନ ସାହୁଙ୍କୁ ମରଣୋତ୍ତର ପଦ୍ମଶ୍ରୀ ଦେବାକୁ ଦାବି କରାଯାଇ ଥିଲା। ଶେଷରେ ସମସ୍ତ ସାହିତ୍ୟକଂକୁ ମାନପତ୍ର ପ୍ରଦାନ କରାଯାଇ ଥିଲା। ଏଥିରେ ସଂଗଠନ ସଂଯୋଜକ ସୁବୋଧ କୁମାର ଦୋରା,ମୁଖ୍ଯ ସଂଯୋଜକ ମାନସରଂଜନ ବକ୍ସୀ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ କୁ ଲଲିତ ବେବର୍ତ୍ତା ଏବଂ ବବଲୁ ବାଗ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଆୟୋଜନରେ ଦେବାଶିଷ ବେହେରା, ରାହୁଲ ଗୁପ୍ତା, ରାଜେଶ ସ୍ବାଇଁ, ସମ୍ବଲପୁରୀ ଭାଷା ସାହିତ୍ୟ ସଂଯୋଜିକା ପଂକଜିନି ମେହେର, ନିଶିକାନ୍ତ ବିଶ୍ବାଳ, ଶଂକର ମେହେର, ଶାନ୍ତାନୁ ପାଢୀ, ରାଜେଶ ବେହେରା, ଦେବୀ ପ୍ରସାଦ ଭୋଇ ପ୍ରମୁଖ ସହଯୋଗ କରିଥିଲେ।
ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କ ଜୟନ୍ତୀ ରେ ସାରସ୍ୱତ ସମାଗମ
