Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଜଗନ୍ନାଥ ମନ୍ଦିର ରେ ସ୍ନାନଯାତ୍ରା; ଅଣସର ପିଣ୍ଡିରେ ଚତୁର୍ଦ୍ଧା ବିଗ୍ରହ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ରବିବାର ସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରବିବାର ଭୋର ଚାରିଟାରେ ଦ୍ବାରଫିଟା, ମଙ୍ଗଳାର୍ପଣ, ମଇଲମ, ତଡପଲାଗି, ଅଧର ପୋଛା, ଅବକାଶ ପରେ ବେଶ , ରୋଷହୋମ, ସୁର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା,ଜଳ ବିଜେ, ପୂଜା ସ୍ନାନ ପରେ ଚତୁର୍ଦ୍ଧା ବିଗ୍ରହଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯାଇଥିଲା। ସକାଳ ସାତଟା ତିରିଶି ରେ ଧାଡ଼ି ପହଣ୍ଡିରେ ଠାକୁର ମାନଙ୍କୁ ସ୍ନାନ ମଣ୍ଡପକୁ ଅଣାଯାଇଥିଲା । ସମସ୍ତ ପୂଜା ସରିବାପରେ ପ୍ରଥମେ ବଳଭଦ୍ରଙ୍କୁ ୩୩ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା,ଏହାପରେ ସୁଭଦ୍ରାଙ୍କୁ ୨୨ ଗରା, ଜଗନ୍ନାଥ ଙ୍କୁ ୩୫ ଗରା ଓ ସୁଦର୍ଶନ ଙ୍କୁ୧୮ ଗରା ସୁବାସିତ ଜଳରେ ସ୍ନାନ କରାଯାଇଥିଲା । ଏହାପରେ ନୂତନ ବସ୍ତ୍ର ପରିଧାନ ପରେ ଠାକୁର ମାନଙ୍କୁ ହାତୀବେଶ କରାଯାଇଥିଲା । ସ୍ନାନପରେ ଶ୍ରୀଜିଉ ଙ୍କ ଦେହ ଅସୁସ୍ଥ ହେବାରୁ ଠାକୁର ମାନଙ୍କୁ ଅଣସର ପିଣ୍ଡି କୁ ପହୁଣ୍ଡି କରି ନିଆଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ପହୁଣ୍ଡି କମିଟୀର ମୁଖ୍ୟ ମାଗୁଣି ଦାସ,ଆବାହକ ନବାରୁଣ ଶତପଥୀ, ମୁଖ୍ୟ ବାଡ଼ଗ୍ରାହୀ ଭଗବାନ ମିଶ୍ର, ବରିଷ୍ଠ କାର୍ଯ୍ୟ କର୍ତ୍ତା ଚମ୍ପେଶ୍ବର ଦାସ, ବାସୁଦେବ ରଥ, ଦ୍ବିତୀ କୃଷ୍ଣ ପଣ୍ଡା,ଦିଲ୍ଲୀପ କୁମାର ତ୍ରିପାଠୀ, ସତ୍ୟନାରାୟଣ ଚାନ୍ଦ, ଲଳିତ କୁମାର କର, ଯୁଗଳ କିଶୋର ମିଶ୍ରଙ୍କ ସମେତ ଶତାଧିକ ବୈଦିକ ବ୍ରାହ୍ମଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ନିତିକାନ୍ତି କରିଥିଲେ। ‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌‌ଗଜପତି ଭାବରେ ଲଳିତ କୁମାର ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିଲେ ।

ଅନ୍ଯ ମାନଙ୍କ ମଧ୍ୟରେ ଜଗନ୍ନାଥ ମନ୍ଦିର ପୂଜକ ବିଶ୍ବାମିତ୍ର ଚାନ୍ଦ, ବିମଳା ମନ୍ଦିର ପୂଜକ ପଣ୍ଡିତ ଆଚାର୍ଯ୍ୟ ସୁଶାନ୍ତ କୁମାର ପୁରୋହିତ, ପୂଜକ ଭାବରେ ପଣ୍ଡିତ ମନରଞ୍ଜନ ଦାସଙ୍କ ସମେତ ମନ୍ଦିର ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ସୁଦାମ ଚରଣ ସେଠୀ, ସମ୍ପାଦକ ଶମ୍ଭୁପ୍ରଶାଦ ହୋତା, କୋଷାଧ୍ୟକ୍ଷ ଭୂଷଣ କୁମାର ପାତ୍ର, ରମାକାନ୍ତ ପୁରୋହିତ, ଇନ୍ଦ୍ର ଜିତ ପରୁଆ, ବଳରାମ କାଣ୍ଡ,ଅମ୍ବରିସ ଦାସଙ୍କ ସମେତ ସମସ୍ତ ସଦସ୍ୟ ଓ ଅନ୍ୟାନ୍ୟ କର୍ମ କର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l