Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପିକଣ୍ଟାରେ ହାତୀ

ମୁଣ୍ଢେନପାଲି: ଗୋପିକଣ୍ଟାରେ ବୁଲୁଛି ହାତୀ। ହାତୀବି କାହାର କ୍ଷତି କରୁନି ବରଂ ନିଜ ସୁରକ୍ଷା,ଖାଦ୍ୟ ଓ ଜୀବନ ଚର୍ଚା ପାଇଁ ଆଫୁ କଣ୍ଟାକୁ ଆଦରି ନେଇଛନ୍ତି। ହାତୀ କେମିତି ଦେଖାଯାଏ ସେଥିପାଇଁ ମଧ୍ୟ ମାଁ ମାନେ ନିଜ ସନ୍ତାନ ମାନଙ୍କୁ ଆଜି ଏହା ଜୀବନ୍ତ ରୂପରେ ଦେଖାଇବାକୁ ସାହାସ ଜୁଟାଇଛନ୍ତି । ଏଭଳି ଭିଡିଓ ଆଜି ସାମାଜିକ ଗଣମାଧ୍ୟମରେ ଘୁରିବୁଲୁଥିବା ବେଳେ ବନ ବିଭାଗର କିନ୍ତୁ କିଛି ନଜର ପଡିନି।ନଜର ପଡିଥଲେ କିଛି ହୁଲସ୍ତୁଲ ହୋଇଥାନ୍ତା ଓ ବାଣ ଫୁଟାଇ ହାତୀଙ୍କୁ ଘଉଡାଇବାକୁ ଚେଷ୍ଟା କରି ଘର ଦ୍ୱାର ଭାଙ୍ଗିବାକୁ ହାତୀଙ୍କୁ ସାହାସ ଜୁଟାଇଥାନ୍ତେ। ଏଭଳି ହୋଇନି। ବରଂ ଆସନ୍ତା କାଲି ଟୀକାକରଣ ଥିବାରୁ ଜନୈକ ଆଶା ଦିଦି ନିଜର କର୍ତ୍ତବ୍ୟ ନିଷ୍ଟାର ପ୍ରମାଣ ଦେବାକୁ ଯାଇ କିଛି ପରିବାରର ସାମ୍ନା ହୋଇଥିଲେ।ଏପରିକି ଯକ୍ଷ୍ମା ରୋଗର ସର୍ଭେରେ ଥିବାବେଳେ ଏଭଳି ହାତୀର ସମ୍ମୁଖିନ ହୋଇଥିଲେ।ଆସନ୍ତାକାଲି ନିଜର କର୍ତ୍ତବ୍ୟ ନିଷ୍ଠାକୁ ସାମ୍ନାକୁ ଆଣିବା ତାଙ୍କର ମୁଖ୍ୟ ଭୁମିକାକୁ ଜିଲ୍ଲା ପ୍ରଶାସନ ଆଡେଇ ନଦେଇ ତାଙ୍କ ସାମାଜିକ ଦାୟିତ୍ୱ ଓ ଦକ୍ଷତା ପ୍ରତି ଯଦି ସମ୍ମାନ ଦେବେ ତେବେ,”ହାତୀ ମୋର ସାଥୀ” ଭଳି ସଂପର୍କରେ ଓଡିଶା ଦେବ ଏକ ନୂଆଁ ଦିଶା । କିନ୍ତୁ ଏଭଳି ତୃଣମୂଳ ସରକାରୀ ଭାଗିଦାରୀ ତ୍ୟାଗପୁତ କର୍ମଚାରୀଙ୍କୁ ସମ୍ମାନ ଦେବ କିଏ ? ଏହାହିଁ ” ହାତୀ ମୋର ସାଥୀ”ର ଭିନ୍ନ ଏକ ପରିଚୟ ବୋଲି ସାରା ଅଞ୍ଚଳରେ ଚର୍ଚା ହେଉଛି ।