ବ୍ଲକ କଲ୍ଯାଣ ମଣ୍ଡପ ଠାରେ ବୀରମହାରାଜପୁର ବିଜେଡି ପକ୍ଷରୁ ପଦଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
ବୀରମହାରାଜପୁର : ବୀରମହାରାଜପୁର ବ୍ଲକ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳ ପକ୍ଷରୁ ଆସନ୍ତା ୨୯ ତାରିଖରେ ଜନସମ୍ପର୍କ ପଦ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରସ୍ତୁତି ବୈଠକରେ ବୀରମହାରାଜପୁର ବିଜେଡି ବ୍ଲକ ସଭାପତି ସୁରୁନାରାୟଣ ମହାକୁର ଙ୍କ ସଭାପତିତ୍ୱ ରେ ଆୟୋଜିତ କାର୍ଯ୍ଯକ୍ରମରେ ଅତିଥିଭାବେ ରାଜ୍ୟ ସମ୍ପାଦକ ତଥା ବୀରମହାରାଜପୁର ବ୍ଲକ ଉପାଧକ୍ଷ ନାରାୟଣ ଲୁହା ଯୋଗ ଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ଧିରେନ ପଣ୍ଡା , ବରିଷ୍ଠ ବିଜେଡି ନେତା ପ୍ରଦୀପ ମିଶ୍ର , ଯତୀନ ପାଣିଗ୍ରାହୀ, ଶେଷଦେବ ବାରିକ , ଆଲୋକ ଦେହେରୀ , ମହେଶ ତ୍ରିପାଠୀ , ଲଷ୍ମୀନାରାୟଣ ପୁରୋହିତ , ଶ୍ରୀକାନ୍ତ କର୍ମୀ , ନୀଳାମ୍ବର ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ I ବ୍ଲକ ଅନ୍ତର୍ଗତ ୧୫ ଟି ପଂଚାୟତ ର ବିଜୁ ଜନତା ଦଳର କର୍ମୀ ଯୋଗଦେଇ ଆସନ୍ତା ଜନ ସମ୍ପର୍କ ପଦଯାତ୍ରା ବୀରମହାରାଜପୁର ବ୍ଲକ ଅଞ୍ଚଳରେ ଏକ ବିରାଟ ପଦଯାତ୍ରା ରେ ସଫଳ କରିବା ପାଇଁ ଆଲୋଚନା ହୋଇଥିଲl l ଶେଷରେ ଚମ୍ପା ମାଳ ସରପଞ୍ଚ ମହେନ୍ଦ୍ର ଜଗଦଲା ଧନ୍ୟବାଦ ଅର୍ପଣ କରିଥିଲେ I ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା କୁ ବହୁ ଆଡମ୍ବର ରେ କରାଯିବ ବୋଲି ପ୍ରକାଶ କରିଥିଲେ l

