Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗରିଆବାହାଲରେ ପାରମ୍ପରିକ କରମ୍ ସାନି ପୂଜା ଉଦ୍‌ଯାପିତଗ୍ରାମର କଲ୍ୟାଣ ଓ ସୁଖ-ସମୃଦ୍ଧି କାମନା କରି ମା’ଙ୍କ ଆରାଧନା

ଜମନକିରା : ଜମନକିରା ବ୍ଲକ ଅନ୍ତର୍ଗତ ଗରିଆବାହାଲ ଗ୍ରାମରେ ଲୋକସଂସ୍କୃତି ତଥା ଆସ୍ଥାର ପ୍ରତୀକ ମା’ କରମ୍ ସାନିଙ୍କ ପାରମ୍ପରିକ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଯାଇଛି। ପରିବାରର କଲ୍ୟାଣ, ମାନସିକ ପୂରଣ ତଥା ସମଗ୍ର ଗ୍ରାମର ସୁଖ-ଶାନ୍ତି ଓ ସମୃଦ୍ଧି କାମନା କରି ଶ୍ରୀ ରବି ନିଖଣ୍ଡିଆ ସପତ୍ନୀକ କର୍ତ୍ତା ଭାବେ ଏହି ଧାର୍ମିକ କାର୍ଯ୍ୟର ନେତୃତ୍ୱ ନେଇଥିଲେ।
ପଶ୍ଚିମ ଓଡ଼ିଶାର ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାର କୋଣ-ଅନୁକୋଣରେ ପ୍ରକୃତି ଓ ଶସ୍ୟର ଅଧିଷ୍ଠାତ୍ରୀ ଦେବୀ ମା’ କରମ୍ ସାନିଙ୍କ ଆରାଧନା ଅତ୍ୟନ୍ତ ନିଷ୍ଠାର ସହ ପାଳନ କରାଯାଏ। ଲୋକବିଶ୍ୱାସ ରହିଛି ଯେ, ମା’ଙ୍କ କୃପାଲାଭ କଲେ ଫସଲ କୀଟପତଙ୍ଗ ତଥା ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇବା ସହ ଗୃହପାଳିତ ପଶୁସମ୍ପଦ ନିରୋଗ ରୁହନ୍ତି ଏବଂ ପରିବାରରେ ଶାନ୍ତି-ସୌଭାଗ୍ୟର ବୃଦ୍ଧି ଘଟେ।
ଏହି ଅବସରରେ ମା’ଙ୍କ ପୂଜା ବେଦୀକୁ ନଡ଼ିଆ, ଫଳମୂଳ, ଫୁଲ ଓ ଦୀପଦାନ ଦ୍ୱାରା ଅତି ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିଲା। ମାଦଳର ତାଳେ ତାଳେ ଝଙ୍କୃତ ପାରମ୍ପରିକ ଲୋକବାଦ୍ୟ ପରିବେଶକୁ ଭକ୍ତିମୟ କରି ଗଢ଼ିତୋଳିଥିଲା। ଏହି ନିଆରା ପୂଜାର୍ଚ୍ଚନାକୁ ଦର୍ଶନ କରିବା ପାଇଁ ଗ୍ରାମ ତଥା ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସମସ୍ତ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗ ଓ ନିଷ୍ଠାପୂର୍ଣ୍ଣ ପ୍ରୟାସ ଫଳରେ ସମଗ୍ର ପୂଜା କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories