Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନବବଧୂ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ବାପା ଓ ମା

ଯାଜପୁର: ବିବାହର 12 ଦିନ ମଧ୍ୟରେ ଆଖି ବୁଜିଲା ନବବଧୂ। ପାଦରୁ ଛାଡ଼ିନି ଅଳତା, ହାତରୁ ଲିଭିନି ମେହେନ୍ଦି, ଦାମ୍ପତ୍ୟ ଜୀବନର ନୂତନ ପାହାଚରେ ପାଦ ଦେଉ ଦେଉ ମୁଦି ହୋଇଗଲା ଆଖି| ଚୂରମାର ହୋଇଗଲା ବାପା ମା ଙ୍କର ସବୁ ସ୍ବପ୍ନ| ଝିଅ ତାଙ୍କର ଚାଲିଗଲା ଅଫେରା ରାଇଜ। ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ଅଧିନସ୍ତ ଖଜିରିମାଳ ଗ୍ରାମରେ ସୂଚନା ରୁ ପ୍ରକାଶ ସୁଦୂର ବରିକୁଳ ଗ୍ରାମର ରମାକାନ୍ତ ଦାଶଙ୍କ ଝିଅ ମଧୁସ୍ମିତା (22 ବର୍ଷ) ଖଜିରିମାଳ ଗ୍ରାମର ଭୀମସେନ ପଣ୍ଡାଙ୍କ ପୁଅ ବିଶ୍ୱଜିତ (29 ବର୍ଷ) ଙ୍କୁ ଗତ ମେ’ ମାସ 28 ତାରିଖରେ ବିବାହ କରିଥିଲେ| ବିଭିନ୍ନ ସମୟରେ ନିଜ ଝିଅ ସହ ଫୋନ ମାଧ୍ୟମରେ ଭଲମନ୍ଦ ପଚାରି ବୁଝୁଥିଲେ ବାପା ମା’| ରମାକାନ୍ତଙ୍କ ବୟାନ କ୍ରମେ ହଠାତ ଶନିବାର ସକାଳୁ ଝିଅ ଅସୁସ୍ଥ ଥିବା କଥା କହି ମଙ୍ଗଳପୁର ଡାକ୍ତରଖାନାକୁ ଡକାଇଥିଲେ ମଧୁସ୍ମିତାଙ୍କ ଦେଢଶୁର| ଘରଲୋକେ ଆସି ଦେଖନ୍ତି ଝିଅର ମର ଶରୀର| ଘରେ କୌଣସି ବିଶୃଙ୍ଖଳା ନ ଥିବା ବେଳେ ହଠାତ ଭୋରୁ ମଧୁସ୍ମିତାଙ୍କୁ ପିନ୍ଧା ଲୁଗା ଦ୍ୱାରା ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ଦେଖି ବିଶ୍ୱଜିତ ଘରଲୋକଙ୍କୁ ଡାକିବାରୁ ଆମେ ତାକୁ ଡାକ୍ତରଖାନା ନେଇଆସିଥିଲୁ ବୋଲି ଶାଶୁ ଘର ଲୋକେ ବାପ ଘର ଲୋକଙ୍କୁ କହିଥିଲେ| କିନ୍ତୁ ବାପ ଘର ଲୋକେ ଏହାକୁ ହତ୍ୟା ବୋଲି ସନ୍ଦେହ କରିବା ସହ ଥାନାର ଦ୍ୱାରସ୍ତ ହୋଇଥିଲେ। ବାପ ଘର ଲୋକେ ଆସିବା ପୂର୍ବରୁ ସ୍ୱାମୀ ବିଶ୍ୱଜିତଙ୍କୁ ମଙ୍ଗଳପୁର ପୋଲିସ ଥାନାକୁ ନେଇଯାଇଥିଲେ। ଏଥି ସହ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଲାଗି ସାଇଣ୍ଟିଫିକ ଟିମର ସହାୟତା ନେଇଛି ପୋଲିସ| ଶବ ବ୍ୟବଛେଦ ରିପୋର୍ଟ ଆସିଲେ ତଦନ୍ତ କ୍ରମେ ସଠିକ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ମଙ୍ଗଳପୁର ଥାନା ଅଧିକାରୀ ପବିତ୍ର ମହାରଣା|