Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ଦ୍ଵିତୀୟ ବର୍ଷ ସଂଘ ଶିକ୍ଷା ବର୍ଗ ଉଦଯାପିତ

ସମ୍ବଲପୁର :ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ବାର୍ଷିକ କ୍ଷେତ୍ରୀୟ ପ୍ରଶିକ୍ଷଣ ଶିବିର ୨୦ ଦିନ ଧରି ଚାଲିବା ପରେ ଆଜି ଆନୁଷ୍ଠାନିକ ଭାବେ ଉଦଯାିତି ହୋଇଯାଇଛି। ଓଡ଼ିଶା ଏବଂ ପଶ୍ଚିମବଂଗରୁ ୧୯୮ ଜଣ ସ୍ଵୟଂସେବକ ଏହି ଦ୍ୱିତୀୟ ବର୍ଷ ସଂଘ ଶିକ୍ଷା ବର୍ଗରେ ଯୋଗଦାନ କରିଛନ୍ତି । ଗତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ଉକ୍ତ ବର୍ଗ ଆଜି ଉଦଯାପିତହୋଇଥିଲା।ସ୍ଵଂୟସେବକମାନଙ୍କ ଶାୀରୀରିକ,ମାନସିକ,ବୌଦ୍ଧିକ ତଥା ସଂଘ କାର୍ଯ୍ୟପାଇଁ ଆବଶ୍ୟକୀୟ ଗୁଣାବଳୀର ବିକାଶପାଇଁ ଉକ୍ତ ବର୍ଗ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ।ଏହାସହିତସୂର୍ଯ୍ୟନମସ୍କାର,ଦଣ୍ଡ ବୈଠକ,ଆସନ,ପ୍ରାଣାୟାମ,ଖେଳକୁଦ,ସମ୍ବାଦ ଚର୍ଚ୍ଚା,ସ୍ୱଧ୍ୱାୟ,ଯୋଗ,ଶ୍ରମ ଦାନ ଓ ସ୍ୱଚ୍ଛତା ,ତାଲିମ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷାର୍ଥୀ ମାନଙ୍କୁ ବର୍ଗରେ କ୍ଷେତ୍ର କାର୍ଯ୍ୟବାହ ଦୁର୍ଗାପ୍ରସାଦ ସାହୁ, କ୍ଷେତ୍ର ପ୍ରଚାରକ ରମାପଦ ପାଲ୍‌, କ୍ଷେତ୍ର ପ୍ରଚାରକ ପ୍ରମୁଖ ପ୍ରସନ୍ନ ମିଶ୍ର, ପ୍ରାନ୍ତ ପ୍ରଚାରକ ବିଷ୍ଣୁ ପାତ୍ର ତଥା ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାଙ୍କର ମାର୍ଗଦର୍ଶନ ପ୍ରାପ୍ତ କରିଥିବା ବେଳେ ଉଦଯାପନି ଦିବସରେ ସନାତନ ପ୍ରଧାନ- ବର୍ଗ କାର୍ଯାବହ,ସୁବାସ ଜୈନ- ସର୍ବ ଅଧିକାରୀ,ଜଳଧର ମାହୋତ ସହକ୍ଷେତ୍ର ପ୍ରଚାରକ ଅଭ୍ୟସ ବର୍ଗକୁ ସମାପନ କରାଇଥିଲେ ।