କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଶିକ୍ଷା ସମାନ୍ଧିୟ ଦାବିପତ୍ର ପ୍ରଦାନ
 
        ଜମନକିରା : ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରୀ ଦେବଗଡ଼ ଜିଲ୍ଲା ଦେଇ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସି ଫାଶିମାଳ ପୁରାତନ ଆରଆଇ ନିକଟ ପଡିଆରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ସମ୍ବଲପୁର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଏହାର ଉପଦେଷ୍ଟା ସୁବାସ ଚନ୍ଦ୍ର ନାୟକ, ଉପ ସଭାପତି କରୁଣା କର କିଶାନ ଓ ସମ୍ପାଦକ ତ୍ରିନାଥ କାଲୋ ପ୍ରମୁଖଙ୍କ ନେତୃତ୍ୱରେ ଏକ ପାଞ୍ଚ ଦଫା ଦାବୀ ପତ୍ର ମାଧ୍ୟମରେ ଜିଲ୍ଲାର ବିଭିନ୍ନ ଶିକ୍ଷା ସମନ୍ଧିତ ଦାବିକୁ ଉତଥାପନ କରିଛନ୍ତି। ଏହି ଦାବିପତ୍ରରେ କୁଚିଣ୍ଡା ଉପଖଣ୍ଡ ସଦର ମହକୁମାରେ ଚଳିତ ଶିକ୍ଷା ବର୍ଷରୁ ହିଁ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ, ଜିଲ୍ଲାରେ ପ୍ରସ୍ତାବିତ ଜମନକିରା, ବାମରା ଓ ଯୁଯୁମୁରା ବ୍ଲକ ସହ ଆଦିବାସୀ ଅଧ୍ୟୁଷିତ ରେଙ୍ଗାଲିରେ ମଧ୍ୟ ଚଳିତ ବର୍ଷରୁ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାପନ, କୁଚିଣ୍ଡା ଏକଲବ୍ୟ ସ୍କୁଲରେ ଚୟନ ହୋଇଥିବା ସ୍ଥାୟୀ ଶିକ୍ଷକ ନିଯୁକ୍ତି ଦେବା ଓ କୁଚିଣ୍ଡା ଏକଲବ୍ୟ ସ୍କୁଲରେ ବିଜ୍ଞାନ ସହ କଳା ଓ ବାଣିଜ୍ୟ ବିଭାଗ ଖୋଲା ଯିବାକୁ ଦାବି କରାଯାଇଛି। ଦାବିପତ୍ରର ଏକକିତା ନକଲ ସମ୍ବଲପୁର ସାଂସଦଙ୍କୁ ମଧ୍ୟ ଦିଅ ଯାଇଥିବା ଜଣାଯାଇଛି।

 
                        
 
                                 
                                 
                                 
                                 
                                