Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ କୃଷି ସଚେତନତା ରଥ ଶୁଭାରମ୍ଭ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଚମ୍ପାମାଲ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟ ଠାରୁ କୃଷି ସଚେତନତା ରଥ ଶୁଭାରମ୍ଭ ହୋଇଛି l ରାଜ୍ୟ ସରକାର ଙ୍କ ଚାଷୀ ମାନଙ୍କୁ ବିଭିନ୍ନ କୃଷି ସହାୟତା ପ୍ରଦାନ, ମିଲେଟ ମିଶନ ଜରିଆରେ ମାଣ୍ଡିଆ ଚାଷ ପାଇଁ ସିଧା ସଳଖ ପ୍ରଦାନ, କୃଷି ଯନ୍ତ୍ରପାତି କ୍ଷେତ୍ରରେ ଚାଷୀ ମାନଙ୍କୁ ସବସିଡି ପ୍ରଦାନ, ସମନ୍ୱିତ କୃଷି ପାଇଁ ଫୁଲ ଚାଷ, ବତକ, କୁକୁଡ଼ା, ଗାଈ, ଛେଳି ଚାଷ ପାଇଁ ସହାୟତା ପ୍ରଦାନ ପ୍ରଭୁତି ବିଷୟରେ ସଚେତନତା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ କୃଷି ଅଧିକାରୀ ସନ୍ଧ୍ୟାଶ୍ରୀ ଭୂୟାଁ, ଆତ୍ମା ର ପୂର୍ବତନ ସଦସ୍ୟ କିଶୋର ହୋତା, କୃଷକ ସାଥି ସଞ୍ଜୟ ନେଗୀ ପ୍ରମୁଖ ଯୋଗଦେଇଥଲେ l ଚମ୍ପାମାଲ ପରେ ହିଲୁଙ୍ଗ, ଏବଂ ଉଫୁଲା ଗ୍ରାମପଞ୍ଚାୟତ ଠାରେ କୃଷି ସଚେତନତା ରଥ ପରିକ୍ରମା କରିଥିଲା l ଏହି ସଚେତନତା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l